fbpx

ନୂପୁର ଶର୍ମା ଓ ନବୀନ ଜିନ୍ଦଲ BJPରୁ ସସପେଣ୍ଡ: ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ଦୁଇଜଣ ନେତାଙ୍କୁ ସସପେଣ୍ଡ କରିଛି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଦଳର ମୁଖପାତ୍ର ନୂପୁର ଶର୍ମା ଓ ନେତା ନବୀନ ଜିନ୍ଦଲଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସସପେଣ୍ଡ କରାଯାଇଥିବା ଜଣାପଡ଼ିଛି । ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିବା ପରେ ଏହି ଦୁଇ ନେତାଙ୍କ ଉପରେ ଦଳ ଏପରିି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ନୂପୁର ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଫଳରେ ତାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବିରୋଧ କରିଥିଲେ । ଏହି ମାମଲାକୁ ନେଇ ନବୀନ କିଛି ବିବାଦୀୟ ଟ୍ୱିଟ୍ କରିଥିଲେ । ଏହାପରେ ବିଜେପି ହାଇକମାଣ୍ଡ ନୂପୁରଙ୍କ ସହିତ ଦଳର ମିଡ଼ିଆ ପ୍ରଭାରୀ ନବୀନଙ୍କୁ ମଧ୍ୟ ଦଳରୁ ସସପେଣ୍ଡ କରିଥିଲେ । ତେବେ ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟ କରିବା ଦଳର ମୂଳ ବିଚାର ଧାରାର ବିରୋଧୀ ବୋଲି ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଛନ୍ତି ।

ଅନ୍ୟପକ୍ଷରେ ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, କୌଣସି ଧର୍ମର ସମ୍ପ୍ରଦାୟଙ୍କୁ ଆଘାତ ଦେବା ଭଳି କୌଣସି ବିଚାର ଧାରା ବିଜେପି ସ୍ଥିର କରିନାହିଁ । ଦଳ ଏପରି କୌଣସି ବିଚାର ଧାରାକୁ ଗ୍ରହଣ କରେ ନାହିଁ କି ପ୍ରୋତ୍ସାହନ ଦିଏ ନାହିଁ । ତେବେ ନିଲମ୍ବନ ଆଦେଶ ପରେ ନୂପୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କର ପରିବାରର ସୁରକ୍ଷା ପ୍ରତି ବିପଦ ରହିଥିବାରୁ ତାଙ୍କର ଘରର ଠିକଣା ସାର୍ବଜନିକ ନ କରିବାକୁ ସେ ମିଡ଼ିଆ ସହିତ ଲୋକଙ୍କୁ ଅପିଲ କରିଛନ୍ତି ।

Get real time updates directly on you device, subscribe now.