fbpx

ନୁପୁର ଶର୍ମା ପୁରା ଦେଶ ପାଇଁ ବିପଦ, ଟିଭି ସାମ୍ନାକୁ ଆସି ମାଗନ୍ତୁ କ୍ଷମା: ସୁପ୍ରିମକୋର୍ଟ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡ଼ା ଭାଷାରେ ଭତ୍ସନା କରିଛନ୍ତି। ଏହା ସହିତ ଟିଭି ସାମ୍ନାରେ ଆସି ସେ ପୂରା ଦେଶକୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସେହିପରି ନୁପୁର ଶର୍ମାଙ୍କ ବିରୋଧରେ ମାମଲାକୁ ଟ୍ରାନ୍ସଫର କରିବାକୁ ମନା କରି ଦେଇଛନ୍ତି ଏବଂ ତାଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି।

ଶୁକ୍ରବାର ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କର ଅସନ୍ତୋଷ ଜାହିର କରିଥିଲେ। ହାଇକୋର୍ଟରୁ ମାମଲାକୁ ଟ୍ରାନ୍ସଫର କରିବା ପାଇଁ ନୁପୁରଙ୍କ ଅପିଲରେ ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଯେ, ନୁପୁରଙ୍କ ମନ୍ତବ୍ୟ ଦେଶର ଅନେକ ଲୋକଙ୍କ ଭାବନାକୁ ଆଘାତ ଦେଇଛି। ଆଜି ଯାହା କିଛି ଦେଶରେ ହେଉଛି ସେଥିପାଇଁ ସେ ଦାୟି ଅଟନ୍ତି।

କୋର୍ଟ କହିଛନ୍ତି ଯେ ଆମେ ସେଦିନର ଡିବେଟ ଦେଖିଛୁ ଏବଂ ଏହାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ଏହା ପରେ ନୁପୁର ଯାହା କହିଛନ୍ତି ତାହା ଅଧିକ ଲଜ୍ଜାଜନକ ଅଟେ। ନୁପୁର ଶର୍ମା ଏବଂ ତାଙ୍କର ଭାଷା ସମଗ୍ର ଦେଶରେ ନିଆଁ ଲଗାଇ ଦେଇଛି। ଉଦୟପୁରରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପାଇଁ ସେ ଦାୟୀ।

ଏହା ପରେ ନୁପୁରଙ୍କ ଓକିଲ କ୍ଷମା ମାଗିଥିଲେ ଏବଂ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନମ୍ର ଭାବରେ ପ୍ରତ୍ୟାହାର କରିଥିଲେ, ବେଞ୍ଚ କହିଛନ୍ତି ଯେ ପ୍ରତ୍ୟାହାର କରିବାକୁ ବିଳମ୍ବ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନୁପୂରଙ୍କ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କିନ୍ତୁ ଅନେକ ଏଫଆଇଆର ସତ୍ତ୍ୱେ ତାଙ୍କୁ ଦିଲ୍ଲୀ ପୋଲିସ ସ୍ପର୍ଶ କରି ନାହିଁ, ଯେଉଁଥି ପାଇଁ କୋର୍ଟ ଦିଲ୍ଲୀ ପୋଲିସକୁ ତାଗିଦ କରିଛନ୍ତି।

 

 

Get real time updates directly on you device, subscribe now.