fbpx

ଭୁଲରେ ମହିଳାଙ୍କୁ ଫାଇଜର୍ ଟିକାର ୬ ଡୋଜ୍ ଦେଇ ଦେଲେ ନର୍ସ, ଆଉ ତାପରେ….

ଇଟାଲୀ, ୧୧/୦୫ (ଓଡିଶା ଭାସ୍କର) : କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ଏବେ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ପ୍ରତିଟି ନାଗରିକ ଏବେ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଇଟାଲୀର ଜଣେ ମହିଳା ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇଥିଲେ । ହେଲେ ନର୍ସ ତାଙ୍କୁ ଟିକା ଦେବା ସମୟରେ ଭୁଲ୍ ରେ ଉକ୍ତ ମହିଳାଙ୍କୁ ଫାଇଜର୍ ଟିକାର ୬ ଡୋଜ୍ ଦେଇଥିଲେ । ଏହାପରେ କାଳେ ମହିଳାଙ୍କ ଉପରେ ଟିକାର ଖରାପ ପ୍ରଭାବ ପଡିବ ତେଣୁ ତାଙ୍କୁ ହସ୍ପିଟାଲରେ ୨୪ ଘଣ୍ଟା ପାଇଁ ରଖାଯାଇଥିଲା ।

ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଛି । ଏଥିସହ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଏନେଇ ହସ୍ପିଟାଲ୍ ର କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି । ସୁଚନା ଦେଇ କହିଛନ୍ତି ଯେ, ମହିଳାଙ୍କୁ ୨୪ଘଣ୍ଟା ପାଇଁ ହସ୍ପିଟାଲରେ ରଖାଯାଇଥିଲା । ତାଙ୍କ ଉପରେ କଡା ନଜର ରଖାଯାଇଥିଲା । ହେଲେ ସେ ଏବେ ସୁସ୍ଥ ଅଛନ୍ତି ଏବଂ ଡିସଚାର୍ଜ କରିଦିଆଯାଇଛି । ଗୋଟିଏ ସିରିଞ୍ଜରେ ଥିବା ୬ଟି ଯାକ ଡୋଜ୍ ତାଙ୍କୁ ହସ୍ପିଟାଲର ଜଣେ ନର୍ସ ଦେଇ ଦେଇଥିଲେ । ଏହାପରେ ଟିକା ଦେଇଥିବା ନର୍ସ ଜଣକ ନିଜ ଭୁଲ୍ ମାନି ମହିଳାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ।

Get real time updates directly on you device, subscribe now.