fbpx

ନିଦ ନହେବାରୁ ଆତ୍ମହତ୍ୟା କଲେ ନର୍ସିଂ ଛାତ୍ରୀ! ସୁଇସାଇଡ ନୋଟରୁ ହେଲା ଖୁଲାସା

ଭୁବନେଶ୍ୱର: ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତଦେହ ମିଳିଥିବା ହଷ୍ଟେଲ ରୁମରୁ ଏକ ହାତ ଲେଖା ଚିଠି ମିଳିଛି । ମିଳିଥିବା ହାତ ଲେଖା ଚିଠିଟି ମୃତ ଛାତ୍ରୀଙ୍କ ହାତଲେଖା ବୋଲି ଅନୁମାନ କରାଯାଉଛି । ନିଦ ନହେବାରୁ ଆତ୍ମହତ୍ୟା କରିଛି ବୋଲି ଛାତ୍ରୀ ଜଣକ ଚିଠିରେ ଲେଖିଥିବା ଜଣାପଡିଛି । ଗୋଟିଏ ମିନିଟ ବି ନିଦ ହେଉନଥିବା ସେ ଚିଠିରେ ଲେଖିଥିଲେ ।

ଛାତ୍ରୀ ଜଣକ ଚିଠିରେ ଲେଖିଥିଲେ ଯେ, ‘ନିଦ ନହେଉଥିବାରୁ ବହୁତ କଷ୍ଟ ଲାଗୁଛି । କିଛି କରିବାକୁ ଇଛା ହେଉନି । ଏଥିରେ କାହାର ଦୋଷ ନାହିଁ । ପୋଲିସ କାହାରିକୁ ହଇରାଣ କରନ୍ତୁନି ।’ ତେବେ ହାତ ଲେଖାଟି ମୃତ ଛାତ୍ରୀଙ୍କର କି ନୁହେଁ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହାତଲେଖା ମେଳକ ପାଇଁ ଚିଠିଟି ଲ୍ୟାବ୍ ପଠାଇବ ପୋଲିସ ।

ତେବେ ରାଜଧାନୀର ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗତକାଲି ଉଦ୍ଧାର ହୋଇଥିଲା । ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ମୃତ ନର୍ସିଂ ଛାତ୍ରୀଙ୍କ ଘର ବଲାଙ୍ଗିରରେ ହୋଇଥିବା ବେଳେ ସେ ଏଠାରେ ଏକ ପ୍ରାଇଭେଟ ନର୍ସିଂ ପାଠ ପଢ଼ୁଥିଲେ । ଅନ୍ୟପଟେ ପୋଲିସ୍ ଏହି ଘଟଣାର ଛାନଭିନ କରୁଛି ।

Get real time updates directly on you device, subscribe now.