fbpx

ବାଦାମ ଚମକାଇବ ଚେହେରା, ଜାଣନ୍ତୁ କିପରି କରିବେ ବ୍ୟବହାର ?

ମନସୁନରେ ଚେହେରାକୁ ଚମକାଇବା ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ବର୍ଷା ଓ ଆର୍ଦ୍ରତା କାରଣରୁ ଚେହେରା ସାଧାରଣତଃ ମଳିନ ଦେଖାଯାଇଥାଏ । ଏପରି କ୍ଷେତ୍ରରେ ତ୍ୱଚାକୁ ଚମକାଇଥାଏ ଚିନାବାଦାମ । ବାଦାମ ଫେସପ୍ୟାକ୍ ଚେହେରାର ଉଜ୍ଜ୍ୱଳ ବୃଦ୍ଧି କରିବା ସହ ଫଳପ୍ରଦ ହୋଇଥାଏ । ପାର୍ଲରରେ ଟଙ୍କା ଖର୍ଚ୍ଚ ନକରି ଘରେ ମଧ୍ୟ ଆପଣ ଚେହେରାକୁ ଚମକାଇ ପାରିବେ । ଭିଟାମିନ ‘ସି’ ଓ ‘ଇ’ରେ ଭରପୁର ଚିନାବାଦାମ ଫେସପ୍ୟାକ୍ ମନସୁନରେ ବେଷ୍ଟ କ୍ଲିଜିଂ ଭାବେ ପ୍ରମାଣିତ ହୋଇଥାଏ । ଏହାସହ ତ୍ୱଚାର କୋଲେଜନ ବଢାଇ ଦାଗଚିହ୍ନ ଦୂର କରିଥାଏ ।

ବାଦାମ ଓ କ୍ଷୀର: ଚେହେରାରୁ ଦାଗ ଦୂର କରିଥାଏ ବାଦାମ ଓ କ୍ଷୀର ପ୍ୟାକ୍ । ଏଥିପାଇଁ ୨ ଚାମଚ ଚିନାବାଦାମକୁ ଭିଜାଇ ବାଟି ଦିଅନ୍ତୁ । ଏହି ପେଷ୍ଟରେ ୨ ଚାମଚ କ୍ଷୀର ଓ ୩ ରୁ ୪ ଚାମଚ ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୦ ମିନିଟ ପରେ ଉଷୁମ ପାଣିରେ ଚେହେରା ଧୋଇ ନିଅନ୍ତୁ ।

ବାଦାମ ଓ କମଳା: ଭିଟାମିନ ସିରେ ଭରପୁର କମଳା ଓ ବାଦାମର ଫେସମାସ୍କ ତ୍ୱଚାର ପୋର୍ସକୁ ସଫା କରି ନରମ ଓ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ଏହି ମାସ୍କ ପ୍ରସ୍ତୁତ ପାଇଁ ୨ଟି କମଳା ସହ ବାଦାମକୁ ବାଟି ପେଷ୍ଟ ତିଆରି କରନ୍ତୁ । ଏବେ ସେଥିରେ ୪ ଚାମଚ କ୍ଷୀର ମିଶାଇ ତ୍ୱଚାରେ ଲଗାନ୍ତୁ । ୨୦ ମିନିଟ ପରେ ଗରମ ପାଣିରେ ଧୋଇବା ଦ୍ୱାରା ଚେହେରା ଚମକିଥାଏ ।

ବାଦାମ ଓ କଦଳୀ: ବାଦାମ ଓ କଦଳୀ ଫେସମାସ୍କ ପ୍ରସ୍ତୁତ କରିବା ପାଇଁ ୨ଟି କଦଳୀ ଚକଟି ନିଅନ୍ତୁ । ଏଥିରେ ୨ ଚାମଚ ପିନଟ ବଟର ମିଶାଇ ଚେହେରାରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି ଫେସପ୍ୟାକ୍ ଲଗାଇବା ଦ୍ୱାରା ଚେହେରା ଉଜ୍ଜ୍ୱଳ ଦିଶିଥାଏ ।

Get real time updates directly on you device, subscribe now.