fbpx

ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୫ ଲକ୍ଷ; ଓଓଏର ବଡ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ(ଓଓଏ) । ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ରାଜ୍ୟର ଆଥଲେଟ ମାନଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳିଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ରୌପ୍ୟ ପଦକ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

ରାଜ୍ୟରୁ ଚଳିତ ବର୍ଷ ସମୁଦାୟ ୬ ଜଣ ଆଥଲେଟ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭାରତୀୟ ପୁରୁଷ ହକି ଦଳର ପ୍ରତିନିଧିତ୍ୱ କରୁଥିବା ବେଳେ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ମହିଳା ହକି ଦଳରେ ରହିଛନ୍ତି । ସେହିପରି ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଦୂତି ଚାନ୍ଦ ରହିଥିବା ବେଳେ ପାରା ସଟଲର ପ୍ରମୋଦ ଭଗତ ପାରାଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା କରିଥିଲେ । ସ୍ୱର୍ଣ୍ଣ ବିଜେତାଙ୍କୁ ୬ କୋଟି ସହିତ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଁ ଯଥାକ୍ରମେ ୪ ଓ ୨.୫ କୋଟିର ପୁରସ୍କାର ଘୋଷଣା କରିଥିଲେ ନବୀନ ।

Get real time updates directly on you device, subscribe now.