ତନ୍ତ୍ର-ମନ୍ତ୍ର ନାଁରେ ମହିଳାଙ୍କ ସହ ଅଶ୍ଳୀଳତା! ଚିକିତ୍ସା ନାଁରେ ରାତିରେ ଡାକୁଥିଲେ ମୌଲବୀ, ଆଉ ତା’ପରେ…
ଭିୱାଣ୍ଡିର ଏକ ଦର୍ଗାହରେ ରୋଗ ଭଲ କରିବା ନାଁରେ ୩୦ ବର୍ଷୀୟା ମହିଳାଙ୍କୁ ଯୌନ ନିର୍ଯାତନା ଓ ଅତ୍ୟାଚାର ଅଭିଯୋଗ ସାମ୍ନାକୁ ଆସିଛି।
ଓଡିଶାଭାସ୍କର: ଆଜିର ସମାଜରେ ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ତନ୍ତ୍ର-ମନ୍ତ୍ର କେଉଁଠି ନା କେଉଁଠି ଲୁଚି ରହିଛି। ଆଉ ଏହି ତନ୍ତ୍ର ମନ୍ତ୍ର ନାଁରେ ଜଣେ ଗୁଣିଆ ମହିଳାଙ୍କ ସହ ଅଶ୍ଳୀଳ ହରକତ୍ କରିଥିବା ଘଟଣା ସାମ୍ନାକୁ ଆସିଛି।
ହଁ ଆଜ୍ଞା ମହାରାଷ୍ଟ୍ରର ଭିୱାଣ୍ଡି ସହରର ବରହାଲ ଦେବୀ ଚୌକ ଅଞ୍ଚଳରେ ଥିବା ଏକ ଦର୍ଗାହରେ ରୋଗ ଭଲ କରିଦେବା ନାଁରେ ୩୦ ବର୍ଷୀୟା ଜଣେ ମହିଳାଙ୍କ ସହ କଥିତ ଭାବେ ଅସଦାଚରଣ ଓ ନିର୍ଯାତନା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ପୀଡ଼ିତା ଦର୍ଗାହ ସହ ଜଡ଼ିତ ୫୦ ବର୍ଷୀୟ ମୌଲବୀ ମହମ୍ମଦ ଇସ୍ମାଇଲ ୱାରିସ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତନ୍ତ୍ର-ମନ୍ତ୍ର ଏବଂ ଜନ୍ତର-ମନ୍ତର ନାଁରେ ତାଙ୍କୁ ଜୋରଜବରଦସ୍ତି କିଛି ରୀତିନୀତି କରାଇବା, ଅଶ୍ଳୀଳ ଭାବେ ସ୍ପର୍ଶ କରିବା ଏବଂ ଏହାର ଭିଡିଓ ରେକର୍ଡ କରିବା ଭଳି ଅଭିଯୋଗ ପୀଡ଼ିତା କରିଛନ୍ତି।
ଅଭିଯୋଗ ମିଳିବା ପରେ ଭିୱାଣ୍ଡି ସିଟି ପୋଲିସ ଅଭିଯୁକ୍ତ ମୌଲବୀଙ୍କୁ ଗିରଫ କରିଛି। ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


