fbpx

ତାମିଲନାଡୁରେ ଓଡିଆଙ୍କ ବର୍ବର କାଣ୍ଡ: ମତ୍ସ୍ୟଜୀବୀଙ୍କୁ ଦୁଷ୍କର୍ମ ପରେ କଲେ ଏମିତି…

ତାମିଲନାଡୁ: ତାମିଲନାଡୁରେ ରାଜ୍ୟର ନାଁ ବଦନାମ କରି ଦେଇଛନ୍ତି କିଛି ଓଡିଆ ଶ୍ରମିକ । ଜଣେ ମହିଳା ମତ୍ସ୍ୟଜୀବୀଙ୍କୁ ଗଣଦୁଷ୍କର୍ମ କରି ରାଜ୍ୟ ପାଇଁ ଲଜ୍ଜାର ବିଷୟ ପାଲଟିଛନ୍ତି ୬ ଜଣ ଓଡିଆ । କେବଳ ସେତିକି ନୁହେଁ, ଦୁଷ୍କର୍ମ ପରେ ଧରାପଡିବା ଭୟରେ ପୀଡିତାଙ୍କୁ ହତ୍ୟା କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏମିତିି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ତାମିଲନାଡୁ ରାମେଶ୍ୱରମ୍ ନିକଟ ୱଡାକାଡୁ ଗାଁରେ । ସେଠାରେ ରହୁଥିବା ୬ ଜଣ ଓଡିଆ ଶ୍ରମିକ ମିଶି ଜଣେ ୪୫ ବର୍ଷୀୟା ମତ୍ସ୍ୟଜୀବୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏହାପରେ ପୋଲିସ ହାତରେ ଧରାପଡିବା ଭୟେରେ ପୀଡିତା ମହିଳାଙ୍କୁ ମାରି ପୋଡି ଦେଇଛନ୍ତି ଏହି ଅଭିଯୁକ୍ତ । ମହିଳା ଜଣକ ସାମୁଦ୍ରିକ ଶୈବାଳ ବା ସ୍ଥାନୀୟ ଭାଷାରେ କାଦରପାସୀ ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ରାତି ଅଧିକ ହେବା ପରେ ବି ସେ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ଏହାପରେ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ ।

ତେବେ ଶେଷରେ ଏକ ଫାର୍ମରୁ ମହିଳାଙ୍କ ଅଧାପୋଡା ମୃତଦେହ ଜବତ କରାଯାଇଛି । ପୋଲିସ ସୂଚନା ଅନୁଯାୟୀ ଦୁଷ୍କର୍ମ ଓ ପରେ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ଶରୀର ଆଂଶିକ ଭାବେ ଜଳିଯାଇଛି । ଏହି ଘଟଣାରେ ୬ ଜଣ ଓଡିଆ ଶ୍ରମିକ ସଂପୃକ୍ତ ଥିବା ଜଣାପଡିବା ପରେ ଗାଁ ଲୋକେ ସେମାନଙ୍କୁ ନିର୍ଧୁମ ମାଡ ମାରିବା ସହ ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ରାମନାଥପୁରମ୍ ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.