ଫ୍ରେବୃଆରି ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷାଲ; ଜାନୁଆରି ୨ ପ୍ରାକ୍ଟିକାଲ ପରୀକ୍ଷା, ଡିସେମ୍ବର ୧୫ ମିଳିବ ଆଡମିଟ କାର୍ଡ
ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଅପଡେ୍ଟ ଆସିଛି।
ଭୁବନେଶ୍ୱର: ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଅପଡେ୍ଟ ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୬ ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ବୋଲି କୁହାଯାଇଛି।
ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଫେବ୍ରୁଆରି ୧୮ ତାରିଖ ଠାରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ। ଫେବ୍ରୁଆରି ୧୮ ତାରିଖ ଦିନ ପରୀକ୍ଷା ଆରମ୍ଭ ହେବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ୧୫ ତାରିଖ ଯାଏଁ ଜାରି ରହିବ।
ସୂଚନାଯୋଗ୍ୟ ଏଥର ମୋଟ ୪ଲକ୍ଷ ୭୩୭ ହଜାର ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଡିସେମ୍ବର ୧୫ ତାରିଖରେ ମିଳିବ ଆଡମିଟ କାର୍ଡ। ମୋଟ ୧୩୫୦ କେନ୍ଦ୍ରରେ ପରୀକ୍ଷା ହେବ ।
