fbpx

ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା ଦେଲେ ନକ୍ସଲ, ଜନସାଧାରଣଙ୍କ ସମର୍ଥନ ଲୋଡିଲେ ମାଓ ସଂଗଠନ

ମାଲକାନଗିରି (ଓଡ଼ିଶା ଭାସ୍କର) : ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା । ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମାରେ ନକ୍ସଲମାନଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିବା ସ୍ପେଶାଲ ଜୋନାଲ କମିଟିର ସଚିବ ଗଣେଶ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଗତ ୧୬ ତାରିଖରେ ଆନ୍ଧ୍ର ସୀମାରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଦ୍ୱାରା ହୋଇଥିବା ବଡ ଏନକାଉଣ୍ଟରରେ ୬ ଜଣ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ନକ୍ସଲ ସଂଗଠନ ବଡ ଚିନ୍ତାରେ ପଡିଛି । ଏହି ଆକ୍ରମଣକୁ କେବେ ଭୁଲିବ ନାହିଁ ବୋଲି ସଂଗଠନର ମୁଖ୍ୟ କହିଛନ୍ତି ।

ଗୋଟିଏ ପଟେ କରୋନାରେ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଅନ୍ୟପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯବାନଙ୍କୁ ଲଗାଇ ଗାଁ ଲୋକଙ୍କ ଉପରେ ଅତ୍ୟାଚାର କରିବା ସହ ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ କରୁଛି । ୧୭ ତାରିଖରେ ହୋଇଥିବା ଏନକାଉଣ୍ଟରରେ ସଂଗଠନର ବଡ ବଡ ନେତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ହିସାବ ଆମେ ଦେବୁ ବୋଲି ସଂଗଠନ କହିଛି । ଏହା ଏକ ବଡ ଅପୂରଣୀୟ କ୍ଷତି ବୋଲି ପାର୍ଟି ସ୍ୱୀକାର କରିଛି । ଏହି ଏନକାଉଣ୍ଟରକୁ ପ୍ରତିବାଦ କରି ଆନ୍ଧ୍ର ଓଡିଶା ସୀମା ଡିଭିଜନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ବୁଦ୍ଧିଜୀବୀ, ଗଣମାଧ୍ୟମ, ଜନସାଧାରଣ, ଶିକ୍ଷକ, ଯୁବଗୋଷ୍ଠୀମାନଙ୍କୁ ଅନୁରୋଧ କରାଯିବା ସହ ଜାଗା ଜାଗାର ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.