Odisha Assembly Seats: ବଢିବ ବିଧାନ ସଭା ସିଟ୍, ବସି ପାରିବେ ୩୦୦ ସଦସ୍ୟ, ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସଙ୍କେତ
20କୁ ବଢିବ ବିଧାନ ସଭା ସିଟ୍ ସଂଖ୍ୟା । ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସଙ୍କେତ ।
ଭୁବନେଶ୍ବର: ବଢିପାରେ ବିଧାନସଭା ଆସନ ସଂଖ୍ୟା । ଓଡ଼ିଶାରେ ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ଦେଲେ ବଡ ସଂକେତ। ବିଧାନସଭାରେ ବଢ଼ିପାରେ ଆଉ ୫୦ ଟି ଆସନ। ଏବେ 147 ଅଛି ଯାହା 200 କୁ ବଢିପାରେ । ଏହାକୁ ଲକ୍ଷ ରଖି ୩୦୦ସଦସ୍ୟ ବସିବା ଭଳି ନୂଆ ଲୋକସେବା ଭବନ ନିର୍ମାଣ କରାଯାଉଛି ।
ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ସୌଧ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି।
ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ ବ୍ୟବସ୍ଥା କରାଯାଇଛି। ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।
