fbpx

Welcome Back Odisha Bhaskar: ସତ୍ୟର ହେଲା ଜୟ, ପୁଣି ଟ୍ରାକକୁ ଫେରିଲା ଓଡ଼ିଶାର ନମ୍ବରୱାନ୍ ଡିଜିଟାଲ ମିଡ଼ିଆ

‘ସତ୍ୟର କେବେ ବି ପରାଜୟ ହୁଏ ନାହିଁ ।’ ଏକଥା ଆଜି ନୁହେଁ, କାହିଁ କେତେ ଯୁଗରୁ ପ୍ରମାଣିତ ହୋଇସାରିଛି । ଠିକ୍ ଏଭଳି କିଛି ଘଟିଛି ଓଡ଼ିଶାର ନମ୍ବର ୱାନ୍ ଡିଜିଟାଲ ମିଡ଼ିଆ ‘ଓଡ଼ିଶା ଭାସ୍କର’ ସହ । ଖୁବ୍ କମ୍ ସମୟ ମଧ୍ୟରେ ଆଜି ‘ଓଡ଼ିଶା ଭାସ୍କର’ ସଫଳତାର ଶୀର୍ଷକୁ ଛୁଇଁବାରେ ସକ୍ଷମ ହୋଇଛି । ନିଜର ସ୍ୱତନ୍ତ୍ର ଦକ୍ଷତା ବଳରେ ‘ଓଡ଼ିଶା ଭାସ୍କର’ ଫେସବୁକ ପେଜରେ ଲକ୍ଷ ଲକ୍ଷ ଫଲୋଅର୍ସଙ୍କୁ ଯୋଡ଼ି ପାରିଛି । ମାତ୍ର ‘ଓଡ଼ିଶା ଭାସ୍କର’ର ଏହି ସଫଳତା ବୋଧହୁଏ କିଛି ସ୍ୱାଥ୍ୱର୍ନ୍ୱେଷୀ ବ୍ୟକ୍ତି, ସଂଗଠନଙ୍କୁ ଈଷ୍ୱର୍ାନ୍ୱିତ କରିଥିଲା । ସେଥିପାଇଁ ଏପରି କିଛି କ୍ରୁର ସ୍ୱଭାବ, ନିଚ୍ଚ ମନୋବୃତ୍ତିର ଲୋକମାନେ ‘ଓଡ଼ିଶା ଭାସ୍କର’ ବିରୋଧରେ ଗୁପ୍ତ ଷଡ଼ଯନ୍ତ୍ର ରଚିଥିଲେ ।

ଏହାର ପରିଣାମ ସ୍ୱରୂପ ଗତ ପାଞ୍ଚ ଦିନ ଧରି ‘ଓଡ଼ିଶା ଭାସ୍କର’ର ଫେସବୁକ୍ ପେଜକୁ ଲକ୍ଷ ଲକ୍ଷ ଦର୍ଶକ ଦେଖିବାରୁ ବଞ୍ଚିତ ହୋଇଥିଲେ, ଯାହାକି କଳ୍ପନା ବାହାରେ ଥିଲା । ଏହା ମଧ୍ୟରେ ‘ଓଡ଼ିଶା ଭାସ୍କର’କୁ ଭଲ ପାଉଥିବା, ତା’ର କଣ୍ଟେକୁ ଭଲ ପାଉଥିବା ଲକ୍ଷ ଲକ୍ଷ ଦର୍ଶକ ଗଭୀର ଭାବେ ଦୁଃଖିତ ହୋଇଥିଲେ । ମାତ୍ର ଆଉ କିଛି ଦୁଷ୍ଟ ବ୍ୟକ୍ତି ଏହି ପରିସ୍ଥିତିର ଫାଇଦା ଉଠାଇ ସୋସିଆଲ ମିଡ଼ିଆରେ ‘ଓଡ଼ିଶା ଭାସ୍କର’ ବିରୋଧରେ ବହୁ କଟୁ ସମାଲୋଚନାତ୍ମକ ପୋଷ୍ଟ କରିଥିଲେ ।

ତେବେ ସମସ୍ତ ସମାଲୋଚନା, ନିନ୍ଦାର ଯୁଗ ଏବେ ସମାପ୍ତ ହୋଇଛି । ‘ଓଡ଼ିଶା ଭାସ୍କର’ ଠିକ୍ ଥିଲା, ସତ୍ୟ ପଥରେ ଥିଲା ତାହା ଆଜି ସେ ପ୍ରମାଣିତ କରିସାରିଛି । ‘ଓଡ଼ିଶା ଭାସ୍କର’ ଫେସବୁକ୍ ପେଜ୍ ସମସ୍ତ ଗାଇଡଲାଇନ୍ସ ଫଲୋ କରୁଛି, ଏହା ଫେସବୁକ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଇତିହାସ କହୁଛି, ଯିଏ ସତ୍ୟ ପଥରେ ଥିବ, ତା’ର କେହି କିଛି କ୍ଷତି ସାଧନ କରିପାରିବେ ନାହିଁ । ସତ୍ୟ ପଥର ପଥିକଙ୍କ ସହିତ ସର୍ବଦା ସ୍ୱୟଂ ଈଶ୍ୱର ରହିଥାନ୍ତି । ‘ଓଡ଼ିଶା ଭାସ୍କର’ ସହିତ ମଧ୍ୟ ଏକ ଅଦୃଶ୍ୟ ଶକ୍ତି ସବୁ ସମୟରେ ରହିଛି ।

ସୂର୍ଯ୍ୟକୁ ବାଦଲ କେତେ ସମୟ ପାଇଁ ଲୁଚାଇ ପାରିବ । ସେହିପରି ସତ୍ୟ ପଥରେ ଚାଲୁଥିବା ‘ଓଡ଼ିଶା ଭାସ୍କର’କୁ ସାମାନ୍ୟ ଅପପ୍ରଚାର କେବେ ବି ରୋକିପାରିବ ନାହିଁ । ‘ଓଡ଼ିଶା ଭାସ୍କର’ର ଦୁର୍ଦ୍ଦିନ ସମୟରେ ତା’ର ସାଥୀରେ ରହି ସହଯୋଗର ହାତ ବଢ଼ାଇଥିବା ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆମେ ବିନମ୍ର କୃତଜ୍ଞତା ଜଣାଉଛୁ । ଆମେ ପ୍ରତିଜ୍ଞା କରୁଛୁ, ଆପଣକୁ ଉପଯୁକ୍ତ ସେବା ପହଞ୍ଚାଇବାରେ କେବେ ବି ଊଣା କରିବୁ ନାହିଁ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ‘ଓଡ଼ିଶା ଭାସ୍କର’କୁ ଆହୁରି ଆଗକୁ ନେବା ସହିତ ଓଡ଼ିଶାର କୋଣ ଅନୁକୋଣରେ ଡିଜିଟାଲ ସେବାକୁ ପହଞ୍ଚାଇବା ।
ଧନ୍ୟବାଦ

Get real time updates directly on you device, subscribe now.