fbpx

‘ଓଡିଶା ଭାସ୍କର’ ସହିଦଙ୍କ ପରିବାର ସହ ଅଛି ଆଉ ସର୍ବଦା ରହିବ…

ଭୁବନେଶ୍ୱର: ସୁଜଳା, ସୁଫଳା, ଶସ୍ୟ, ଶ୍ୟାମଳାରେ ପରିପୁର୍ଣ୍ଣ ଏହି ଆମର ଏହି ଭାରତବର୍ଷ । ଏହି ମାଟିରେ ଜନ୍ମ ନେଇ ଆମେ ଯେତେ ଭାଗ୍ୟବାନ ଏହାର ବୀରପୁତ୍ରଙ୍କ ବଳିଦାନ ପାଇଁ ଆମେ ସେତିକି ଗର୍ବିତ ମଧ୍ୟ । ଦେଶକୁ ସ୍ୱାଧୀନ ଦେବା ପାଇଁ କାହିଁ କେତେ ଯେ ବୀର ପୁତ୍ରମାନେ ତାଙ୍କର ଲହୁ ଆଉ ଜୀବନ ଦାନ କରିଛନ୍ତି ତାହାର ଗଣତି ଆମ ପାଖରେ ନାହିଁ । ଆମେ ପ୍ରତିବର୍ଷ ଆମର ଦେଶର ସ୍ୱାଧୀନତାକୁ ପାଳନ କରିଥାଉ । ଆଉ ଏହି ଦେଶ ପାଇଁ ଯେଉଁମାନେ ସହିଦ ହୋଇଛନ୍ତି ତାଙ୍କୁ ସ୍ମରଣ କରିଥାଉ । କେବଳ ଏତିକି ନୁହେଁ ଯେଉଁ ମାନଙ୍କ ପାଇଁ ଆଜି ଆମେ ଶାନ୍ତିରେ ଶୋଇ ପାରୁଛୁ ତାଙ୍କୁ ମଧ୍ୟ ଆମର କୃତଜ୍ଞତା ଅର୍ପଣ କରିଥାଉ ।

ମା ମାଟିର ରକ୍ଷା କରିବା ସମୟରେ ପ୍ରତିବର୍ଷ ଅନେକ ବୀର ସହିଦ ହୋଇ ଥାଆନ୍ତି । ସେମାନଙ୍କ ମଧ୍ୟରେ ଆମ ରାଜ୍ୟ ଓଡିଶାର ମଧ୍ୟ ଅନେକ ବୀର ପୁତ୍ର ରହିଛନ୍ତି । ତେବେ ଏହି ବୀର ପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଦୀର୍ଘ ୧୩ବର୍ଷ ହେବ ଓଡିଶା ଭାସ୍କର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଆସୁଅଛି । ଯାହାର ଶୀର୍ଷକ ରହିଛି ମା ତୁଝେ ସଲାମ । ପ୍ରତିବର୍ଷ ଏହି ସମାରୋହରେ ସହିଦ ପରିବାର ମାନଙ୍କୁ ଆମନ୍ତ୍ରଣ କରାଯାଏ । ସହିଦ ମାନଙ୍କର ସ୍ମୃତି ଚାରଣ କରାଯାଏ । ଏହା ସହିତ ସହିଦ ପରିବାର ମାନଙ୍କୁ ସମ୍ମାନୀତ ମଧ୍ୟ କରାଯାଏ । ଓଡିଶା ଭାସ୍ମର ଏହି ଅଭିନବ ପ୍ରୟାସ ଦୀର୍ଘ ୧୩ ବର୍ଷ ହେବ ଜାରି ରହିଛି । ସହିଦ୍ ପରିବାର ସହିତ ଜଡିତ ହୋଇ ରହିବା ସହିତ ସେମାନଙ୍କ ଆଶା ବାଡି ପାଲଟିଛି ଓଡିଶା ଭାସ୍ମର । ଯେଉଁ ସହିଦ ମାନେ ଏହି ମାଟି ମା ପାଇଁ ନିଜ ଜୀବନ ନିଛାବର କରି ଦେଇଛନ୍ତି ସେମାନଙ୍କୁ ଓଡିଶା ଭାସ୍କର ସଦା ସର୍ବଦା ନମନ କରିଛି ।
ଏହି ଯାତ୍ରାର ଆରମ୍ଭ ୧୩ ବର୍ଷ ପୂର୍ବେ ହୋଇଥିଲା । ଏହାର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା ଆମ ରାଜ୍ୟର ଯେଉଁ ବୀର ପୁତ୍ର ମାନେ ଦେଶ ପାଇଁ ଜୀବନ ଦେଇଛନ୍ତି , ସେହି ଯବାନ ମାନଙ୍କ ପରିବାର ସହିତ ଓଡିଶା ଭାସ୍ମର ତାଙ୍କର ଏହି ଦିନଟି ବିତାଇବ । ଦୀର୍ଘ ୧୩ ବର୍ଷ ହେବା ଓଡିଶା ଭାସ୍ମର ପାଖା ପାଖି ୧୧୨ ପିଲା ମାନଙ୍କୁ କେଜି ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ଶିକ୍ଷାର ଦାଇତ୍ୱ ଭାର ଉଠାଇଛନ୍ତି । ଏହା ସହିତ ଦେଶ ପାଇଁ ଜୀବନ ଦେଇଥିବା ସହିଦ ମାନଙ୍କ ପାଇଁ ୨୭ ଟି ଜିଲ୍ଲାରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ସହିଦଙ୍କ ପାଇଁ ସଦା ସର୍ବଦା ଓଡିଶା ଭାସ୍ମର ରହିବାକୁ ଚାହିଁଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ ଆମ ରାଜ୍ୟରେ ଓଡିଶା ଭାସ୍ମର କେବଳ ଏକ ମାତ୍ର ଗଣମାଧ୍ୟମ ଅଟେ ଯିଏ ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଏଭଳି ରୂପରେ ପାଳନ କରୁଅଛି ।

ତେବେ ଏହି କାର୍ଯ୍ୟକ୍ରମଙ୍କୁ ସଫଳ କରିବା ପଛରେ ଓଡିଶା ଭାସ୍ମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ମଧୁ ମହାନ୍ତିଙ୍କର ଅବଦାନ ବହୁତ । ତାଙ୍କର ଉନ୍ନତମାନର ଚିନ୍ତା ଧାରା ଆଉ ଏଭଳି ଦେଶଭକ୍ତି ପାଇଁ ଆଜି ଓଡିଶା ଭାସ୍ମର ସବୁ ଠାରୁ ଅଧିକ ଆଦୃତ ଏବଂ ସମସ୍ତଙ୍କ ଠାରୁ ଭିନ୍ନ ହୋଇ ପାରିଛି । କେବଳ ଏତିିକି ନୁହେଁ ଏହି କାର୍ଯ୍ୟକ୍ରମ ତାଙ୍କର ଉଦାର ମାନସିକତାର ମଧ୍ୟ ଉଦାହରଣ ଦେଉଛି ।

ଗତକାଲି ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ଠାରେ ମା ତୁଝେ ସଲାମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ ଭିସି ଦ୍ୱାରା ଯୋଗ ଦେଇ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ ମା ହିଁ ଆରମ୍ଭ ଆଉ ହିଁ ଶେଷ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିରେ ଭାରତର ତିନି ସେନାର ପ୍ରମୁଖ କାର୍ଯ୍ୟକର୍ତ୍ତା,ଭୁବନେଶ୍ୱର ମେୟର,ଅନେକ ବରିଷ୍ଠନେତୃ ବୃନ୍ଦ, ଓଡିଶାର ଅଭିନେତା ମାନେ ଉପସ୍ଥିତ ଥିଲେ । ଏହାସହ ଓଡିଶା ଭାସ୍ମର ସମସ୍ତ କର୍ମଚାରୀ ମାନେ ଉପସ୍ଥତି ଥିଲେ ।

Get real time updates directly on you device, subscribe now.