fbpx

‘ବନ୍ଦେ ଉତ୍କଳ ଜନନୀ’ରେ ଗୁଞ୍ଜରିତ ହେଲା ଓଡିଶା ଭାସ୍କର କାର୍ଯ୍ୟାଳୟ

ଭୁବନେଶ୍ୱର,୩୦ ।୫(ଓଡିଶା ଭାସ୍କର): ସାରା ଓଡିଶାରେ ଆଜି ସନ୍ଧ୍ୟା ୫ଟା ୩୦ରେ ଗୁଞ୍ଜରିତ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ତଥା ସମ୍ମାନିତ କରିବା ପାଇଁ ସମସ୍ତ ଓଡିଶାବାସୀ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କରିବାରେ ଲାଗିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଓଡିଶାର ପୁରପଲ୍ଲୀର ସମସ୍ତ ଜନତା ଏକା ସାଙ୍ଗରେ ଏକା ଧ୍ୱନୀରେ ଏହି ଗୀତକୁ ଗାନ କରଥିଲେ । ସେହିପରି ଓଡିଶା ଭାସ୍କର କାର୍ଯ୍ୟାଳୟରେ ମଧ୍ୟ ସମୂହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଛି । ଏଥିରେ ବରିଷ୍ଠ ଅଧିକାରୀଙ୍କଠାରୁ ଅଧିକାରୀଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ସାମିଲ ହୋଇ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ତଥା ସମ୍ମାନିତ କରିଛନ୍ତି । କରୋନା ଯୋଦ୍ଧାଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ୫ଟା ୩୦ରେ ବିଶ୍ୱର ଯେକୌଣସି କୋଣରେ ଥିଲେ ମଧ୍ୟ ପ୍ରବାସୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଏଥି ପାଇଁ ଆଜି ସନ୍ଧ୍ୟା ୫ଟା ୩୦ରେ ଟ୍ରାଫିକ୍ ସିଗନାଲ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଥିଲା ।

Get real time updates directly on you device, subscribe now.