fbpx

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମୋହର, ପୁରୀ ମେଡିକାଲ କଲେଜ ଟେଣ୍ଡରକୁ ମଞ୍ଜୁରୀ

ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ ବାଜିଛି କ୍ୟାବିନେଟ ମୋହର। ସରକାରଙ୍କ ଅଧୀନକୁ ଆସିଛି ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ବ। ଏଣିକି ଶ୍ରୀମନ୍ଦିର ଢାଞ୍ଚାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର। ସ୍ବତନ୍ତ୍ର ଆଇନ ବଳରେ ଗଢ଼ାଯିବ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ।

ଏହା ସହ ପୁରୀରେ ହେବ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ । L&Tର ୨୨୪.୫୬ କୋଟି ଟଙ୍କାର ଟେଣ୍ଡରକୁ ମିଳିଛି କ୍ୟାବିନେଟ ମଞ୍ଜୁରି । ୩ ବର୍ଷରେ ସରିବ ପୁରୀ ମେଡିକାଲ କଲେଜ ନିର୍ମାଣ କାମ । ସେହିପରି ଯାଜପୁରରେ ହେବ ୧୦୦ ସିଟ୍‌ର ମେଡିକାଲ କଲେଜ, ୫୦୦ ଶଯ୍ୟାର ହସ୍ପିଟାଲ । L&Tର ୪୨୬.୫୧ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଯାଜପୁରରେ ବି ୩ ବର୍ଷ ମଧ୍ୟରେ ନିର୍ମାଣ କାମ ସାରିବ L&T କମ୍ପାନି ।

Get real time updates directly on you device, subscribe now.