fbpx

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସୂଚୀରେ ଓଡ଼ିଶାର ନବୀନ ପଟ୍ଟନାୟକ ନମ୍ବର-୧, ପଛରେ ପଡ଼ିଲେ ବିଜେପି ନେତା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ରହିଛି । ବିଭିନ୍ନ ଦଳୀୟ ନେତା ମନ୍ତ୍ରୀ ମାନେ ଲୋକମାନଙ୍କ ଭୋଟ ପାଇବାକୁ ନାନା ପ୍ରଲୋଭନ ଦେଖାଉଛନ୍ତି । ହେଲେ ନିର୍ବାଚନ ସରିବା ପରେ କଣ କଣ ପ୍ରତିଶ୍ରୁତି ପୂରଣ କରାଯାଉଛି ତାହା ସାରା ଦେଶ ନିଜ ଆଖିରେ ଦେଖୁଛି । ଏହି ପରିପ୍ରେକ୍ଷୀରେ ନେତା ମନ୍ତ୍ରୀ ମାନଙ୍କ ଆରଚଣ ବିଧିକୁ ନେଇ ଲୋକମାନେ କାହାକୁ ଅଧିକ ପସନ୍ଦ କରୁଛନ୍ତି ତ କାହାକୁ କମ୍ । ଇତି ମଧ୍ୟରେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦ ନେସନ୍ ସର୍ଭେର ଫଳାଫଳ ପ୍ରକାଶ ପାଇଛି ।

ତେବେ ଯଦି ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପରିପ୍ରେକ୍ଷୀରେ ପ୍ରକାଶ ପାଇଥିବା ତାଲିକା ସମ୍ପର୍କରେ କହିବା ତାହେଲେ ଏଥିରେ ସବୁଠାରୁ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ସର୍ବାଧିକ ୭୧.୧ ପ୍ରତିଶତ ରେଟିଂ ମିଳିଛି । ଓଡ଼ିଶାର ମୋଟ ୨,୭୪୩ ଉତ୍ତରଦାତ୍ତାଙ୍କ ମଧ୍ୟରୁ ପ୍ରାୟ ୭୧.୧ ପ୍ରତିଶତ କହିଛନ୍ତି ଯେ, ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ସନ୍ତୁଷ୍ଟ ରହିଛନ୍ତି । ଏହାପୂର୍ବରୁ ମଧ୍ୟ କରାଯାଇଥିବା ସର୍ଭେରେ ମଧ୍ୟ ସେ ଆଗରେ ରହିଥିଲେ ।

ନବୀନ ପଟ୍ଟନାୟକଙ୍କ ପରେ ରହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୋଟ ୪,୯୮୨ ଉତ୍ତରଦାତ୍ତାଙ୍କ ମଧ୍ୟରୁ ପ୍ରାୟ ୬୯.୯ ପ୍ରତିଶତ ଲୋକ ମମତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିଛନ୍ତି । ମମତା ହେଉଛନ୍ତି ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସେହିପରି ମମତାଙ୍କ ପରେ ୬୭.୫% ରେଟିଂ ସହିତ ତୃତୀୟ ସ୍ଥାନରେ ରହିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ଏହାପରେ ପରେ ରହିଛନ୍ତି; ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ(୬୧.୮%), କେରଳ ସିଏମ୍ ପିନରାୟ ବିଜୟନ୍(୬୧.୧%), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍(୫୭.୯%), ଆସାମର ହିମନ୍ତ ବିଶ୍ୱ ଶର୍ମା(୫୬.୬%) ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ(୫୧.୪%) ।

 

Get real time updates directly on you device, subscribe now.