fbpx

‘କରୋନାଜନିତ ମୃତ୍ୟୁକୁ ନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମୃତ୍ୟୁକୁ ନେଇ ବିଜେପି ବିଧାୟକ ମୋହନ ମାଝୀ ପ୍ରେସମିଟ୍ ଜରିଆରେ ମତ ରଖିଛନ୍ତି । ସେ ଏଥିରେ କରୋନାଜନିତ ମୃତ୍ୟୁ ରିପୋର୍ଟକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଗଣମାଧ୍ୟମ ପରିସଂଖ୍ୟାନ ଓ ସରକାରଙ୍କ ପରିସଂଖ୍ୟାନରେ ତାଳମେଳ ଖାଉନି । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଏଥିସହିତ ୩ଟି ଦାବି ନେଇ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବ ।

ମୋହନ କହିଛନ୍ତି ଯେ, କରୋନାଜନିତ ମୃତ୍ୟୁ ସଂଖ୍ୟାର ଶ୍ୱେତପତ୍ର ରାଜ୍ୟ ସରକାର ପ୍ରକାଶ କରନ୍ତୁ । ଏଥିସହିତ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ । ୨୦୦୫ ଡିଜାଷ୍ଟର ଆକ୍ଟ ଅଧୀନରେ କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳୁ ବୋଲି ସେ ମତ ଦେଇଛନ୍ତି ।

Get real time updates directly on you device, subscribe now.