୨୦୨୬ ଡିସେମ୍ବର ୩୧ ଯାଏଁ ବଢ଼ିଲା ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ନୀତି’

ରାଜ୍ୟରେ ପ୍ରଦୂଷଣ କମାଇବା ସହ ବୈଦ୍ୟୁତିକ ଯାନଗୁଡ଼ିକର ଆଦୃତି ବୃଦ୍ଧି କରିବା ଏହି ନୀତିର ମୂଳ ଲକ୍ଷ୍ୟ।

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ (EV)ର ବ୍ୟବହାରକୁ ଆହୁରି ଜୋରଦାର କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି-୨୦୨୧’ର ଅବଧିକୁ ୨୦୨୬ ଡିସେମ୍ବର ୩୧ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ ଶନିବାର ଏହି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପରିବେଶ ଅନୁକୂଳ ଗାଡ଼ିକୁ ପ୍ରୋତ୍ସାହନ: ରାଜ୍ୟରେ ପ୍ରଦୂଷଣ କମାଇବା ସହ ବୈଦ୍ୟୁତିକ ଯାନଗୁଡ଼ିକର ଆଦୃତି ବୃଦ୍ଧି କରିବା ଏହି ନୀତିର ମୂଳ ଲକ୍ଷ୍ୟ।

ଗ୍ରାହକଙ୍କୁ ମିଳିବ ଫାଇଦା: ଏହି ପଲିସି ବଳବତ୍ତର ରହିବା ଦ୍ୱାରା ଇଭି କ୍ରେତାମାନେ ସରକାରଙ୍କ ପ୍ରୋତ୍ସାହନ ଓ ନିୟମାବଳୀର ଲାଭ ଆଗାମୀ ଦିନରେ ମଧ୍ୟ ପାଇପାରିବେ।

ଇଭି ଭିତ୍ତିଭୂମିରେ ସୁଧାର: ରାଜ୍ୟରେ ଚାର୍ଜିଂ ଷ୍ଟେସନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁଯୋଗ ବିକାଶ କରିବା ପାଇଁ ଏହି ନୀତି ସହାୟକ ହେବ।

ସରକାରଙ୍କ ଏହି ସମୟସୀମା ବୃଦ୍ଧି ନିଷ୍ପତ୍ତି ଫଳରେ ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ବିକ୍ରି ଓ ବ୍ୟବହାର ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।