fbpx

(Video) ଓଡ଼ିଶାର ଚାଷୀଙ୍କ କମାଲ୍: ବାଇଗଣ ଗଛରେ ଫଳୁଛି ଟମାଟୋ, ଲଙ୍କା: ବିନା ମାଟି ଓ ପାଣିରେ ବଞ୍ଚି ପାରିବ ୩୦ ଦିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଏଠାରେ ବିଭିନ୍ନ ପ୍ରକାରର କୃଷିଜାତ ଦ୍ରବ୍ୟ ଚାଷ କରାଯାଇଥାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାଣ୍ଡିଆ, କପା ଚାଷୀଙ୍କୁ ପ୍ରୋତ୍ସାହନ ଦେଇ ତାହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରୁଛନ୍ତି । ତେବେ ବାଇଗଣ ଏକ ଭଲ ପରିବା ହୋଇଥିବା ବେଳେ ଏହି ଗଛର ଆୟୁଷ ୨-୩ ମାସ ପର୍ଯ୍ୟନ୍ତ ହୋଇଥାଏ ।

ତେବେ ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାର ଜଣେ ଚାଷୀଙ୍କୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ବାଇଗଣ ଗଛରେ ଟମାଟୋ, ଲଙ୍କା ସହିତ ଅନ୍ୟାନ୍ୟ ପନିପରିବା ଫଳିବା ସହିତ ୫ ପ୍ରକାରର ଫୁଲ ମଧ୍ୟ ଫୁଟୁଛି । ସବୁଠାରୁ ବଡ଼ କଥା ହେଉଛି ଏହି ଗଛରେ ଦୀର୍ଘ ୩୦ ବର୍ଷ ପର୍ଯ୍ୟନ୍ତ ପରିବା ଫଳିବ । ବିନା ମାଟି, ବିନା ପାଣିରେ ଏହି ଗଛ ୧୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ବଞ୍ଚି ପାରିବ । ଏହିସବୁ କଥା ଶୁଣିବାକୁ ଅଜବ ଲାଗୁଥାଇପାରେ । ମାତ୍ର ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଜିଲ୍ଲାର ଜଣେ ଚାଷୀ ରଞ୍ଜି ଖଟେଇ ।

ଏନେଇ ରଞ୍ଜି କହିଛନ୍ତି, ଏହି ବାଇଗଣ ହେଉଛି ଜଙ୍ଗଲି ବାଇଗଣ ଯାହାକୁ କି ଭେଜି ବାଇଗଣ କୁହାଯାଏ । ଏହି ବାଇଗଣ ଗଛର ଉଚ୍ଚତା ୩୦ ଫୁଟ ପର୍ଯ୍ୟନ୍ତ ହୋଇପାରିବ । ବାଇଗଣ, ଟମାଟୋ, ଆଳୁ, ଲଙ୍କା ଆଦି ହେଉଛନ୍ତି ଗୋଟିଏ ପରିବାରର । ତେଣୁ ଏହିସବୁ ଗଛକୁ ବାଇଗଣ ଗଛରେ ଗ୍ରାଫ୍ଟିଂ କରିବା ପରେ ପ୍ରତ୍ୟେକ ପରିବା ନିଜ ନିଜର ଧର୍ମ ପାଳନ କରିଥାନ୍ତି । ଏହି ଚାଷ କରିବା ପାଇଁ ମୁଁ କୌଣସିସ୍ଥାନରୁ ପ୍ରଶିକ୍ଷଣ ନେଇନାହିଁ । ମୋର ନିଜସ୍ୱ ଜ୍ଞାନ ଓ ବହିପତ୍ର ପଢ଼ି ଏହି ସବୁ ଜ୍ଞାନ ହାସଲ କରିଛି । ପ୍ରତ୍ୟେକ ଗଛକୁ ନ୍ୟୁଟ୍ରିସନ ଦେଇଦେଲେ ସେମାନେ ସହଜରେ ବଞ୍ଚିପାରିବେ । ତେବେ ଏକ ନିଆରା କୌଶଳ ଅବଲମ୍ବନ କରି ରଞ୍ଜି ଆଜି ଯେଉଁ ଅବିଶ୍ୱନୀୟ ଭାବେ ପରିବା, ଫୁଲ ଚାଷ କରିଛନ୍ତି ତାହାକୁ ନେଇ ଏବେ ସାରା ରାଜ୍ୟରେ ଖୁବ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.