fbpx

ଓଡିଶା ବାହାରେ କମାଲ ଦେଖାଇବ ଓଡିଆ ଫିଲ୍ମ ‘ପ୍ରତୀକ୍ଷା’; ବେଙ୍ଗାଲୁର , ମୁମ୍ବାଇ ଓ ପୁଣେରେ ହେବ ରିଲିଜ

ଭୁବନେଶ୍ୱର: ଅନେକ ସମୟ ପରେ ପୁଣିଥରେ ଓଡିଆ ଚଳଚ୍ଚିତ୍ରର ରୂପରେଖ ବଦଳିବାରେ ଲାଗିଛି । ଫଳରେ ଲୋକେ ପୂର୍ବଭଳି ଓଡିଆ ସିନେମାକୁ ଭଲପାଇବାକୁ ଆରମ୍ଭ କରିଛନ୍ତି । ତେବେ ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ’ ପରେ ଏବେ ‘ପ୍ରତୀକ୍ଷା’ ଲୋକଙ୍କ ହୃଦୟ ଜିତିବା ସହ ତାର ଜଲୱା ଦେଖାଉଛି । ଫଳରେ ଏହା ଆଜି ଓଡିଶା ବାହାରେ ରିଲିଜ ହେବାକୁ ଯାଉଛି । ତେବେ କଥାକାର ଗୌରହରି ଦାସଙ୍କ ଏକ ଅଣୁ ଗଳ୍ପରୁ ଅନୁପ୍ରାଣୀତ ହୋଇ ଏହି ପ୍ରତୀକ୍ଷା ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଯେଉଁଥିରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି । ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ।
ହଲରେ ଦର୍ଶକେ ଏହି ଫିଲ୍ମକୁ ଦେଖି ଭାବବିହ୍ୱଳ ହୋଇ ପଡିଛନ୍ତି । ଏକ ବାସ୍ତବଧର୍ମୀ ଫିଲ୍ମ ଲୋକଙ୍କ ମନକୁ ଛୁଇଁପାରିବ ବୋଲି ବର୍ତ୍ତମାନ ମତ ପ୍ରକାଶ ପାଇଛି । ଏହି ଫିଲ୍ମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଜି ଠାରୁ ଏହାକୁ ଓଡିଶା ବାହାରେ ହଲ ମାନଙ୍କରେ ପ୍ରଦର୍ଶୀତ କରାଯାଉଛି ।ଏଥିସହିତ ଏହାର ହିନ୍ଦି ରିମେକ ହେବ ବୋଲି ସୂଚନା ରହିଛି । ତେବେ ଏହି ଚଳଚ୍ଚିତ୍ରରେ ଦୀପନ୍ୱିତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ପୂର୍ବରୁ ସେ ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ’ରେ ମଧ୍ୟ ନଜର ଆସିଥିଲେ । ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର କାହାଣୀ ଏପରି ମନଛୁଆଁ ହୋଇଛି ଯେ ଅନେକ ଦର୍ଶକଙ୍କ ଆଖି ଭିଜିଯାଇଛି ।

ଦୀର୍ଘ ଦିନ ହେବ ଓଡିଆ ଫିଲ୍ମକୁ ହଲ ମିଳୁ ନଥବା ବେଳେ ବର୍ତ୍ତମାନ କିନ୍ତୁ ଏହାର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି । ଦର୍ଶକ ପୁଣି ଥରେ ଓଡିଆ ଚଳଚ୍ଚିତ୍ରକୁ ଭଲପାଇବା ଆରମ୍ଭ କରିଛନ୍ତି । ଯାହାକି ଦମନ ଏବଂ ପ୍ରତିକ୍ଷା ଚଳଚ୍ଚିତ୍ରରୁ ପ୍ରତିପାଦିତ ହେଉଛି । ଏଥିସହିତ ଏହିପରି ବାସ୍ତବ ଧର୍ମୀ ଚଳଚ୍ଚିତ୍ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପୁନରୁଦ୍ଧାର କରିପାରିବ ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.