fbpx

ପିଏମ୍‍ ପୋଷଣ ଯୋଜନାରେ ଓଡ଼ିଶାକୁ ମିଳିଲା ଦ୍ୱିତୀୟ କିସ୍ତି: ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ ପୋଷଣ ଯୋଜନାରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ଅର୍ଥ ଜାରି କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଫଳରେ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ବିଳମ୍ବର କାରଣ ମଧ୍ୟ ଜଣାଇଥିଲେ।

ପରବର୍ତ୍ତୀ ସମୟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇସାରିଛି। ପିଏମ ପୋଷଣ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ôଥକ ବର୍ଷରେ ବାର୍ଷିକ କାର୍ଯ୍ୟକ୍ରମ ଓ ବଜେଟ୍ ନିମନ୍ତେ ଭାରତ ସରକାର କେନ୍ଦ୍ରୀୟ ଅଂଶ ବାବଦରେ ୫୭୫ କୋଟି ୯୮ ଲକ୍ଷ ଟଙ୍କା ଏବଂ ରାଜ୍ୟ ଅଂଶ ବାବଦରେ ୩୩୦ କୋଟି ୯୭ ଲକ୍ଷ ଟଙ୍କା ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଥମ କିସ୍ତିରେ ୨୭୯ କୋଟି ୯୫ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ବେଳେ ରାଜ୍ୟ ପାଖରେ ଥିବା ୮ କୋଟି ଟଙ୍କା ବଳକା ରହିଥିଲା। ଭାରତ ସରକାର ୨୦୨୨ ଅକ୍ଟୋବର ପହିଲାରେ ସାମଗ୍ରିକ ଖର୍ଚ୍ଚକୁ ୯ ଦଶମିକ ୬ ପ୍ରତିଶତ ବୃଦ୍ଧି କରିଥିଲେ ।

Get real time updates directly on you device, subscribe now.