fbpx

କରୋନା ପରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ୍‌: ଏନେଇ କମିଟି ଗଠନ କଲେ ଓଡିଶା ସରକାର

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ କଲବଲ କରୁଥିବା ବେଳେ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ବ୍ଲାକ୍ ଫଙ୍ଗସ୍ ବେଶି ଆକ୍ରାନ୍ତ କରୁଛି । ଫଳରେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ୍ କରିବାକୁ କମିଟି ଗଠନ ହୋଇଛି । ୭ ଜଣିଆ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।

ତେବେ ଏସସିବି ମାଇକ୍ରୋବାୟାଲୋଜି ବିଭାଗ ମୁଖ୍ୟ ପ୍ରଫେସର ନିରୂପମା ଚଇନି ଏହି ୭ ଜଣିଆ କମିଟିର ଅଧ୍ୟକ୍ଷା ରହିବେ । ଏହା ସହ କମିଟିରେ ମେଡିସିନ, ଇଏନଟି, ଛାତି ରୋଗ ବିଭାଗ ମୁଖ୍ୟ ସଦସ୍ୟ ରହିବେ । ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ବ୍ଲାକ ଫଙ୍ଗସ ରୋଗୀଙ୍କ ତର୍ଜମା କରିବ ଏହି କମିଟି । ରୋଗୀଙ୍କ ସ୍ଥିତି ତର୍ଜମା କରି ତ୍ୱରିତ ରୋଗ ଚିହ୍ନଟ ଓ ପରିଚାଳନା ନେଇ ଏହି କମିଟି ଗାଇଡଲାଇନ ଜାରି କରିବ ।

Get real time updates directly on you device, subscribe now.