fbpx

ଇ-ଯାନ ଉପରେ ରିହାତି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏଣିକି ବ୍ୟାଟେରୀ ଗାଡ଼ି କିଣିଲେ ରିହାତି ଦେବେ ଓଡ଼ିଶା ସରକାର । ଆଜି ଇ-ଯାନ ଉପରେ ରିହାତି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

୨ ଚକିଆ ଯାନ ପାଇଁ ସରକାର ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ୩ ଚକିଆ ଯାନ କିଣିଲେ ୧୦ ହଜାର ଓ ୪ ଚକିଆ କିଣିଲେ ୫୦ ହଜାର ଟଙ୍କା ରିହାତି ମିଳିବ । ନନ୍-ଏସି ବସ କିଣିଲେ ୨ ଲକ୍ଷ ଟଙ୍କା ଓ ଏସି ଡିଲକ୍ସ ବସ୍ କିଣିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ସରକାର । ସରକାରୀ କର୍ମଚାରୀଙ୍କୁ ଶତ ପ୍ରତିଶତ ସୁଧ ରିହାତି ଋଣ ଦିଆଯିବ ।

ତେବେ ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସକ୍ଷମ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଇ-ଯାନ ପଲିସି ଉପରେ ଗତକାଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ଏହି ନୀତି ଅନୁଯାୟୀ ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନ ଉଦ୍ୟୋଗକାରୀଙ୍କୁ ପ୍ରୋତ୍ସାହିତ ଉଛତ୍ସାହିତ କରାଯିବ । ସେହିଭଳି ବୈଦ୍ୟୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ସେହିପରି ଉତ୍ପାଦନ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକମାନଙ୍କୁ ଆର୍ଥିକ ରିହାତି ସହିତ ଗାଡ଼ିର ପଞ୍ଜୀକରଣର ଦେୟ , ରୋଡ୍ ଟ୍ୟାକ୍ସ ଆଦି ଛାଡ଼ କରାଯିବାର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.