Tobacco Ban: ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତ, ରାଜ୍ୟରେ ବ୍ୟାନ୍ ହେଲା ବିଡ଼ି, ଗୁଟଖା, ତମାଖୁ ଏବଂ ସିଗାରେଟ୍

ଓଡ଼ିଶାରେ ବ୍ୟାନ୍ ହେଲା ବିଡ଼ି, ଗୁଟଖା, ତମାଖୁ ଏବଂ ସିଗାରେଟ୍ ।

ଭୁବନେଶ୍ବର: ଓଡ଼ିଶା ସରକାର ନେଲେ ବଡ଼ ନିଷ୍ପତ୍ତି । ସମସ୍ତ ତମାଖୁ ଉତ୍ପାଦ ଉପରେ ଲଗାଇଲେ ବ୍ୟାନ। ଏହି ନିଷ୍ପତ୍ତି ତମାଖୁ ବ୍ୟବହାରକାରୀଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇବ।

ତେବେ 22 ଜାନୁଆରୀ 2026 ଅର୍ଥାତ ଆଜିଠାରୁ ରାଜ୍ୟରେ ବିଡ଼ି, ସିଗରେଟ୍‌, ଗୁଟଖା, ତମାକୁ, ଖଇନି, ଜର୍ଦ୍ଦା ସହିତ ସମସ୍ତ ତମାକୁ ଉତ୍ପାଦନକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି। ଏହାସହ ଏହି ସମସ୍ତ ପଦାର୍ଥର ଉତ୍ପାଦନ, ପ୍ୟାକେଜିଂ, ବଣ୍ଟନ ଓ ବିକ୍ରି ଉପରେ ମଧ୍ୟ କଡା ପ୍ରତିବନ୍ଧ ଲାଗୁ କରାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଏ ସମ୍ପର୍କରେ ଆଧିକାରିକ ନୋଟିଫିକେସନ୍‌ ଜାରି କରି ନୂଆ ନିୟମକୁ କାର୍ଯ୍ୟକାରୀ କରିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍‌ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ଏହାସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ। ବିଶ୍ବ ବୟସ୍କ ତମାଖୁ ସର୍ବେକ୍ଷଣର ଦ୍ବିତୀୟ ରାଉଣ୍ଡରେ ଓଡ଼ିଶାର ୪୨% ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ।

କେଉଁ କେଉଁ ତମାକୁ ଉତ୍ପାଦନ ଉପରେ ବ୍ୟାନ୍?

  • ଗୁଟଖା, ପାନମସଲା, ଜର୍ଦ୍ଦା, ଖଇନି
  • ସମସ୍ତ ପ୍ରକାର ଫ୍ଲେଭର୍‌, ସେଣ୍ଟେଡ ବା ଏଡିଟିଭ୍‌ ଥିବା ଚୋବାଇଲା ବାଲା ଉତ୍ପାଦନ
  • ପ୍ୟାକେଜ୍ଡ୍‌ ଓ ଅନପ୍ୟାକେଜ୍ଡ୍‌ ତମାକୁ ଉତ୍ପାଦନ
  • ଅଲଗା ଅଲଗା ପ୍ୟାକେଟ୍‌ରେ ବିକ୍ରି ହେଉଥିବା ପ୍ରଡକ୍ଟ୍ସ, ଯାହା ମିଶ୍ରଣ କରି ବ୍ୟବହୃତ ହୁଏ
  • ଯେକୌଣସି ଖାଦ୍ୟ ପଦାର୍ଥ, ଯେଉଁଥିରେ ତମାକୁ କିମ୍ବା ନିକୋଟିନ୍‌ ମିଶିଥାଏ

ଏହି ବ୍ୟାନ୍ ସମସ୍ତ ପ୍ରକାର ଓରାଲ୍ (ମୁଖ ଦ୍ୱାରା ବ୍ୟବହୃତ) ତମାକୁ ଉତ୍ପାଦନ ଉପରେ ଲାଗୁ ହେବ। ତାହା ଯେକୌଣସି ରୂପରେ ତିଆରି, ବିକ୍ରି, ସଂରକ୍ଷଣ ବା ବ୍ୟବହାର କରାଯାଉଥିଲେ ମଧ୍ୟ ପ୍ରତିବନ୍ଧିତ ରହିବ।

କାହିଁକି ଏହି କଡା ନିଷ୍ପତ୍ତି?

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜର୍ଦ୍ଦା, ଖଇନି, ଗୁଟଖା ଓ ତମାକୁ ଉତ୍ପାଦନ କ୍ୟାନ୍ସରର ସବୁଠାରୁ ବଡ଼ କାରଣ। ଇଣ୍ଟରନ୍ୟାସନାଲ୍‌ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍ କ୍ୟାନ୍ସର (IARC) ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ କ୍ୟାନ୍ସର ସୃଷ୍ଟିକାରୀ ବୋଲି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଓଡ଼ିଶାରେ 42%ରୁ ଅଧିକ ପ୍ରାପ୍ତବୟସ୍କ ଲୋକ ସ୍ମୋକଲେସ୍‌ ତମାକୁ ବ୍ୟବହାର କରନ୍ତି, ଯାହା ଜାତୀୟ ହାରରୁ ପ୍ରାୟ ଦୁଇଗୁଣା। ଏହାର ସବୁଠାରୁ ବେଶି ପ୍ରଭାବ ଶିଶୁ ଓ ଯୁବପିଢ଼ି ଉପରେ ପଡ଼ୁଛି।

ତମାକୁମୁକ୍ତ ଓଡ଼ିଶା ଦିଗରେ ଏକ ବଡ଼ ପଦକ୍ଷେପ

ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ FSSAI ନିୟମାବଳୀ ଅନୁଯାୟୀ ନିଆଯାଇଛି। ସରକାର ସାଧାରଣ ଲୋକଙ୍କୁ ଏହି ନିୟମ ପାଳନ କରି ତମାକୁମୁକ୍ତ ଓଡ଼ିଶା ଗଢ଼ିବାରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି। କ୍ୟାନ୍ସର ଓ ଅନ୍ୟାନ୍ୟ ଗୁରୁତର ରୋଗକୁ ରୋକିବା ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।