fbpx

ଓଡ଼ିଶା ସରକାରଙ୍କ ବମ୍ପର ନିଯୁକ୍ତି ସୁଯୋଗ: ଜାରି ରହିଛି ଆବେଦନ, ରହିଛି ଆକର୍ଷଣୀୟ ଦରମା

ଭୁବନଶ୍ୱେର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ପଦବୀରେ ୧୩୦ ଟି ଖାଲି ଥିବା ପୋଷ୍ଟ ପୂରଣ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି) ୱେବସାଇଟ୍ https://www.ossc.gov.in/ ରେ ଏହି ପଦବୀ ଗୁଡ଼ିକ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଚଳିତ ଅଗଷ୍ଟ ୧୨ ତାରିଖରେ ଆରମ୍ଭ ହୋଇଯାଇଛି ଯାହା ସେପ୍ଟେମ୍ବର ୧୧ ତାରିଖରେ ଶେଷ ହେବ।

ନିଯୁକ୍ତି ବୀବରଣୀ: ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀରେ ୧୩୦ ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।
ଅଣସଂରକ୍ଷିତ ବର୍ଗ ପାଇଁ ୮୫(୨୮ମହିଳା) ଟି ପୋଷ୍ଟ।
ଏସ୍‌ଇବିସି ବର୍ଗ ପାଇଁ ୧୯(୬ମହିଳା)ଟି ପୋଷ୍ଟ।
ଏସ୍‌ଟି ବର୍ଗ ପାଇଁ ୨୬(୯ମହିଳା) ପୋଷ୍ଟ।

ଆବଶ୍ୟକତା ଶିକ୍ଷାଗତ ଯୋଗ୍ୟତା: ସ୍ନାତକ।

ବୟସ ସୀମା: ୧ ଜାନୁଆରୀ ୨୦୨୨ ସୁଦ୍ଧା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ । (ଏସ୍‌ଟି, ଏସ୍‌ସି, ଏସ୍‌ସିବିସିଙ୍କ ପାଇଁ ୫ ବର୍ଷ ରିହାତି)।

ଆବେଦନ ଶୁଳ୍କ ଏବଂ ଦରମା: ଆବେଦନ ପାଇଁ ସମସ୍ତ ବର୍ଗଙ୍କୁ କୌଣସି ଟଙ୍କା ଚାଲାଣ ରୁପେ ଦେବାକୁ ପଡିବ ନାହିଁ । ଏହି ଚାକିରି ପାଇଁ ସରକାର ୧୪ ହଜାର ୨୦୦ ଟଙ୍କା ଦରମା ପ୍ରଦାନ କରିବେ। ନିଯୁକ୍ତି ପ୍ରକ୍ରିୟା ଆଦି ସବିଶେଷ ସୂଚନା ପାଇଁ ଓଏସ୍‌ଏସ୍‌ସି ୱେବସାଇଟ୍ https://www.ossc.gov.in/ ଲିଙ୍କ୍‌ରେ ଯାଇ ଜାଣିପାରିବେ।

Get real time updates directly on you device, subscribe now.