ମାଲିକ ସଂଘର ଦାବି ମାନିଲେ ସରକାର; ବଢ଼ାଇଲେ ବସ୍ ଭଡ଼ା

ବସ ଭଡ଼ା ବଢ଼ାଇବା ପାଇଁ ମଲିକ ସଂଘ କର୍ମକର୍ତ୍ତା ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ

ଭୁବନେଶ୍ୱର: ମହଙ୍ଗା ମାଡ଼ ଭିତରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ଡିଜେଲ ଦର ବାରମ୍ବାର ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର ବସ ଭଡ଼ା ବଢ଼ାଇଛନ୍ତି। ବସ୍ ଭଡ଼ା କିଲୋମିଟର ପିଛା ୨ଟା ବଢ଼ାଇଛନ୍ତି ରାଜ୍ୟ ସରକାର।

ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୯୦ ପଇସା ଥିବା ବେଳେ ଏବେ ବଢ଼ି ହୋଇଛି ୯୨ ପଇସା। ଠିକ୍ ସେମିତି ଏକ୍ସପ୍ରେସ୍ ଭାଡ଼ା ପୂର୍ବରୁ କିଲୋମିଟର ପିଛା ୯୪ ପଇସା ଥିଲା। ଏବେ ବଢ଼ି ହୋଇଛି ୯୬ ପଇସା। ଡିଲକ୍ସ ଭଡ଼ା କିଲୋମିଟର ପିଛା ବଢ଼ି ୧.୩୫ ପଇସା ହୋଇଛି। ଏସି ଡିଲକ୍ସ ଭଡ଼ା ବଢ଼ି ହୋଇଛି ୧.୬୩ ପଇସା ହୋଇଛି। ସୁପର ଡିଲକ୍ସ ବଢ଼ା କିଲୋମିଟର ପିଛା ବଢ଼ି ୨.୫୩ ପଇସା ହୋଇଛି। ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଛି। ଯେଉଁଥିପାଇଁ ହର୍ମୋଜ ଦେଇ ପେଟ୍ରୋଲ ଓ ଡିଜେଲ ଆସିପାରୁନାହିଁ। ଯାହାଫଳରେ ସମଗ୍ର ବିଶ୍ୱରେ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିଛି। ପ୍ରତିଦିନ ଡିଜେଲ ଦଳ ବଢ଼ୁଛି। ଯାହାକୁ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବସ ଭଡ଼ା ବଢ଼ାଇବା ପାଇଁ ମଲିକ ସଂଘ କର୍ମକର୍ତ୍ତା ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଆଉ ଚେତାବନୀ ଦେଇଥିଲେ ୧୦ ଦିନ ଭିତରେ ରାଜ୍ୟ ସରକାର ବସ ଭଡ଼ା ନବଢ଼ାଇଲେ ବସ ଚଳାଚଳ କରିଦେବେ। ଏଥିପାଇଁ ବସ୍ ମାଲିକ ସଂଘ ଦାୟୀ ରହିବ ନାହିଁ। ବସ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ଅନୁରୋଧକୁ ଧ୍ୟାନ ଦେଇ ରାଜ୍ୟ ସରକାର ଆସି ବସ ଭଡ଼ା ବଢ଼ାଇଛନ୍ତି।