ବଦଳିବ ସବୁ ଜିଲ୍ଲାର ନାଁ, ଓଡ଼ିଆ ଉଚ୍ଚାରଣ ଅନୁସାରେ ରହିବ ନାମ, Cuttack ହେବ Katak, ଆଉ…

ବଦଳିବ ସବୁ ଜିଲ୍ଲାର ନାଁ, ଓଡ଼ିଆ ଉଚ୍ଚାରଣ ଅନୁସାରେ ରହିବ ନାମ

Naming reform: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବଦଳିବ ଜିଲ୍ଲାର ନାଁ । ମୋହନ ସରକାର ଦେଲେ ନିର୍ଦ୍ଦେଶ । ରାଜ୍ୟର ବିଭିନ୍ନ ସ୍ଥାନର ନାମଗୁଡ଼ିକର ଇଂରାଜୀ ବନାନକୁ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରିବା ପାଇଁ ମତାମତ ଆହ୍ୱାନ କରିଛନ୍ତି। ଏହି ପ୍ରସ୍ତାବ ଉପରେ ଜନପ୍ରତିନିଧି ଓ ସାଧାରଣ ଲୋକମାନଙ୍କୁ ମତ ଓ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଛି।

ଏହି ପଦକ୍ଷେପ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବ ଆଧାରରେ ନିଆଯାଇଛି। ସରକାର ମାସେ ମଧ୍ୟରେ ସମସ୍ତଙ୍କର ମତାମତ ଆହ୍ୱାନ କରିଛନ୍ତି।

ପ୍ରସ୍ତାବିତ ବନାନ ପରିବର୍ତ୍ତନ

  • ANGUL → ANUGOLA
  • BOLANGIR → BALANGIR
  • BALASORE → BALESHWAR
  • BARAGARH → BARAGADA
  • CUTTACK → KATAKA
  • DEOGARH → DEBAGADA
  • BERHAMPUR → BRAHMAPUR
  • KHONDMAL → KANDHAMAL
  • KENDRAPARA → KENDRAPADA
  • AUL → AALI
  • KEONJHAR → KENDUJHAR
  • KHURDA → KHORDHA
  • JEYPORE → JAYAPUR
  • RAIRAKHOL → REDHAKHOL

ସରକାରଙ୍କ ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାର ଶୁଦ୍ଧ ଉଚ୍ଚାରଣକୁ ସୁରକ୍ଷିତ କରିବା ଓ ସ୍ଥାନନାମରେ ଏକରୂପତା ଆଣିବା।