fbpx

ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସିଭିଲ୍‍ ସର୍ଭିସ୍‍ କୋଚିଂ ଦେବେ ସରକାର, ଫେବୃଆରୀ ୨୬ରେ ହେବ ପ୍ରବେଶିକା

ଭୁବନେଶ୍ୱର:ରାଜ୍ୟର ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ପୁଣି ଆରମ୍ଭ ହେବାକୁ ଯାଉଛି ୟୁପିଏସସି କୋଚିଙ୍ଗ । ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସିଭିଲ ସର୍ଭିସ୍‍ କୋଚିଂ ଉପଲବ୍ଧ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ଏନେଇ ଫେବୃଆରୀ ୨୬ରେ ପ୍ରବେଶିକା ପରୀକ୍ଷା ହେବ । ତେବେ ଆଉଥରେ ୟୁପିଏସସି କୋଚିଙ୍ଗ ଦେବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ୱତ୍ତି ନେଇଛି । ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ ଆଶାୟୀ ମାନଙ୍କୁ କୋଚିଙ୍ଗ ଦିଆଯିବ । ସୂଚନା ମୁତାବକ ସାମ୍ସ ପୋର୍ଟାଲ ମୋଡୁଲ ଡେଭଲପ କରିବାକୁ ଓସିଏସିଙ୍କୁ ଚିଠି ଲେଖାଯାଇଛି ।

ଦେଶର ଅଗ୍ରଣୀ ସଂସ୍ଥା ଏଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ । ଏଥିସହିତ ପ୍ରତି ସପ୍ତାହରେ ବରିଷ୍ଠ ଅଧିକାରୀମାନେ ଦିଗଦର୍ଶନ ଦେବେ । ରାଜ୍ୟର ପିଲାମାନେ ଯେପରି ଆଇଏଏସ, ଆଇପିଏଏସ ଓ ଆଇଏଫଏସ ଭଳି ଉଚ୍ଚକୋଟୀର ପରୀକ୍ଷାରେ ସଫଳତା ଲାଭ କରିବେ ସେନେଇ ସରକାରୀ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେବ ।

ସୂଚନା ଅନୁସାରେ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଅନ୍ୟ ରାଜ୍ୟର ପିଲାମାନେ ସଫଳତା ହାସଲ କରୁଥିବା ବେଳେ ଓଡ଼ିଶାରେ ଛାତ୍ରଛାତ୍ରୀ ଏ କ୍ଷେତ୍ରରେ ପଛରେ ରହିଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଆଠଟି ସରକାରୀ ବିଶ୍ୱବିଦ୍ୟାଳୟରେ ଏହି କୋଚିଂ ସୁବିଧା ଉପଲବ୍ଧ ହୋଇଥିଲା । ତେବେ ୨୦୧୮ ମସିହାରେ ଏହା ବନ୍ଦ ହୋଇଯାଇଥିଲା।

Get real time updates directly on you device, subscribe now.