ଓଡ଼ିଶା ଜନତା କଂଗ୍ରେସ ଦଳର ସାଙ୍ଗଠନିକ ନିଯୁକ୍ତି ଘୋଷଣା, ଦେଖନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଜୟନ୍ତ କୁମାର ନାୟକ ଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି।
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ସଙ୍ଗଠନକୁ ସୁଦୃଢ଼ ଓ ଜନାଦୃତ କରିବା ନିମନ୍ତେ ସାଙ୍ଗଠନିକ ନିଯୁକ୍ତି ଘୋଷଣା କରାଯାଇଛି। ଏହି କ୍ରମରେ ଜୟନ୍ତ କୁମାର ନାୟକ ଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି। ଦଳର ସଭାପତି ମହମ୍ମଦ ମୋକିମଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଘୋଷଣା କରାଯାଇଛି।
ସେହିପରି ଶ୍ରୀ ବିଦ୍ୟାଧର ମୁଣ୍ଡଙ୍କୁ ସଙ୍ଗଠନ ସାଧାରଣ ସମ୍ପାଦକ ଓ ସୁନନ୍ଦ ପଟ୍ଟନାୟକ ଓ ପ୍ରଣବ ଭୋକ୍ତା ଙ୍କୁ ଓଡ଼ିଶା ଜନତା କଂଗ୍ରେସ ର ରାଜ୍ୟ ସଂପାଦକ ଭାବେ ଚୟନ କରାଯାଇଛି।
ତୃଣମୂଳ ସ୍ତରରେ ଦଳକୁ ଆହୁରି ମଜବୁତ କରିବା ଏବଂ ଜନସାଧାରଣଙ୍କ ନିକଟରେ ଏକ ଉପଯୁକ୍ତ ବିକଳ୍ପ ପହଞ୍ଚାଇବା ହିଁ ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଓଡ଼ିଶା ଜନତା କଂଗ୍ରେସର ସୁପ୍ରିମୋ ମହମ୍ମଦ ମୋକିମ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ତାଙ୍କୁ ଅନ୍ତରର ସହ କୃତଜ୍ଞତା ଜ୍ଞାପନ କରିବା ସହ କଳାହାଣ୍ଡି ଜିଲ୍ଲାରେ ଓଡିଶା ଜନତା କଂଗ୍ରେସ ର ସଂଗଠନ ଆହୁରି ସଶକ୍ତ କରିବା ଏବଂ ଦଳର ନୀତି ଓ କାର୍ଯ୍ୟକ୍ରମକୁ ଆହୁରି ତୃଣମୂଳ ସ୍ତରରେ ଅଧିକ ଗତିଶୀଳ କରାଯିବ ବୋଲି ଜିଲ୍ଲା ସଭାପତି ଜୟନ୍ତ କୁମାର ନାୟକ କହିଛନ୍ତି।
ସାଧାରଣ ସଂପାଦକଙ୍କ କାର୍ଯ୍ୟଭାର ଓ ରଣନୀତି:
ନୂତନ ନିଯୁକ୍ତି: ଶ୍ରୀ ନାୟକ କଳାହାଣ୍ଡି ଜିଲ୍ଲାର ସଙ୍ଗଠନକୁ ଆଗେଇ ନେବା ପାଇଁ ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦଳୀୟ ଲକ୍ଷ୍ୟ: ସାଧାରଣ ନାଗରିକଙ୍କ ସମସ୍ୟା ଉପରେ ଧ୍ୟାନ ଦେଇ ଓଡ଼ିଶା ଜନତା କଂଗ୍ରେସକୁ ଏକ ପ୍ରମୁଖ ରାଜନୈତିକ ବିକଳ୍ପ ଭାବରେ ପ୍ରତିଷ୍ଠା କରିବା ଏହି ନିଯୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ।


