ପାହାଡ ଧସିବ ପରେ ରାୟଗଡ଼ା ଡିଭିଜନରେ ରେଳ ଚଳାଚଳ ବାଧାପ୍ରାପ୍ତ, ଏକାଧିକ ଟ୍ରେନ୍‌ ବାତିଲ

ମାଲିଗୁଡ଼ା ଓ ଛତରୀପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ହେବାରୁ ଇଷ୍ଟକୋଷ୍ଟ ରେଲୱେ (ECoR)ର ରାୟଗଡ଼ା ଡିଭିଜନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଭୁବନେଶ୍ୱର, ଅକ୍ଟୋବର ୬: ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ମାଲିଗୁଡ଼ା ଓ ଛତରୀପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ହୋଇଥିବାରୁ ରେଳପଥରେ ଟ୍ରେନ୍‌ ଚଳାଚଳରେ ସମସ୍ୟା ଦେଖାଦେଇଛି।

ରେଳପଥରେ ମରାମତି କାମ ଚାଲିଥିବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନ୍‌ ବାତିଲ କରାଯାଇଛି। ଏହାସହ କିଛି ଟ୍ରେନ୍‌କୁ ମଝିରାସ୍ତାରେ ନିର୍ଦ୍ଦିଷ୍ଟ ଷ୍ଟେସନରେ ଅଟକାଇ ଦିଆଯିବ ଏବଂ କିଛି ଟ୍ରେନ୍‌ ସେହି ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ।

ଜଗଦଲପୁର–ରାଉରକେଲା ଏକ୍ସପ୍ରେସ୍‌ (୧୮୧୦୮) ଅକ୍ଟୋବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ନାହିଁ।

ଅକ୍ଟୋବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ୍‌ଗୁଡ଼ିକ ମଧ୍ୟ ବାତିଲ ରହିବ-

ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ୍‌ (୧୮୫୧୫)

କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍‌ (୧୮୫୧୬)

ରାଉରକେଲା–ଜଗଦଲପୁର ଏକ୍ସପ୍ରେସ୍‌ (୧୮୧୦୭)

କୋରାପୁଟ ପର୍ଯ୍ୟନ୍ତ ଚାଲିବ କିଛି ଟ୍ରେନ୍‌

ହାୱଡ଼ା–ଜଗଦଲପୁର ଏକ୍ସପ୍ରେସ୍‌ (୧୮୦୦୫): ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ ହାୱଡ଼ାରୁ ଛାଡ଼ିବାକୁ ଥିବା ଟ୍ରେନ୍‌ କୋରାପୁଟ ପର୍ଯ୍ୟନ୍ତ ଚାଲିବ। କୋରାପୁଟରୁ ଜଗଦଲପୁର ମଧ୍ୟରେ ଟ୍ରେନ୍‌ ଚାଲିବ ନାହିଁ।

ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ୍‌ (୧୮୦୦୬): ଅକ୍ଟୋବର ୧୦ରୁ ୧୪ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଜଗଦଲପୁର ବଦଳରେ କୋରାପୁଟରୁ ଚାଲିବ। ଜଗଦଲପୁର-କୋରାପୁଟ ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ।

ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ (୧୮୪୪୭): ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଟ୍ରେନ୍‌ କୋରାପୁଟ ପର୍ଯ୍ୟନ୍ତ ଚାଲିବ। କୋରାପୁଟ-ଜଗଦଲପୁର ମଧ୍ୟରେ ଟ୍ରେନ୍‌ ଚାଲିବ ନାହିଁ।

ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ (୧୮୪୪୮): ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଜଗଦଲପୁର ବଦଳରେ କୋରାପୁଟରୁ ଚାଲିବ। ଜଗଦଲପୁର-କୋରାପୁଟ ମଧ୍ୟରେ ଟ୍ରେନ୍‌ ଚଳାଚଳ ହେବ ନାହିଁ।

ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର (୫୮୫୦୧): ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ ଏହି ଟ୍ରେନ୍‌ କୋରାପୁଟ ପର୍ଯ୍ୟନ୍ତ ଚାଲିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଟ୍ରେନ୍‌ ଚାଲିବ ନାହିଁ।

କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର (୫୮୫୦୨): ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ ଏହି ଟ୍ରେନ୍‌ କିରଣ୍ଡୁଲ ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଟ୍ରେନ୍‌ ଚାଲିବ ନାହିଁ।

ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିବାରୁ ଯାତ୍ରୀମାନେ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍‌ର ସ୍ଥିତି ଯାଞ୍ଚ କରିବାକୁ ରେଳବାଇ ପକ୍ଷରୁ କୁହାଯାଇଛି। ଟ୍ରେନ୍‌ ବାତିଲ ଓ ଯାତ୍ରାପଥ ପରିବର୍ତ୍ତନକୁ ଦେଖି ଯାତ୍ରୀମାନେ ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।