fbpx

#କରୋନା ନେଇଗଲା ଦେବାଶିଷ ପାଣିଗ୍ରାହୀଙ୍କୁ; ପରଲୋକ ପରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ସେ କୋଭିଡରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ବାହାରକୁ ଚିକିତ୍ସା ଲାଗି ନିଆଯାଇଥିଲା। ହେଲେ ସେ ଆଉ ନାହାନ୍ତି।

ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ ସାହାଯ୍ୟରେ କୋଲକାତାକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପ୍ରାଣ ଚାଲି ଯାଇଛି ।

ଦେବାଶିଷଙ୍କ ଦେହାନ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

 

 

Get real time updates directly on you device, subscribe now.