fbpx

ବଲିଉଡରେ ଚମକିଲେ ଓଡ଼ିଆ ପୁଅ ରତିକାନ୍ତ

ଭୁବନେଶ୍ୱର, ୧୭ା୪ (ଓଡିଶା ଭାସ୍କର): ପୁଣି ଆଉ ଜଣେ ଓଡ଼ିଆ ପୁଅ ବଲିଉଡରେ ନିଜର କମାଲ୍ ଦେଖାଇଛନ୍ତି । କଲ ସେଣ୍ଟର ବୟରୁ ବଲିଉଡରେ ନିଜର ଝଲକ ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ବାଲିଆପାଳର ରତିକାନ୍ତ କାମିଳା । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ମୁମ୍ବାଇ ସାଗା’ରେ ପରଦାରେ ଅଭିନୟ କରିଛନ୍ତି ରତିକାନ୍ତ । ଏହାଛଡ଼ା ସେ ‘ଐସେ ପ୍ରେମ କାହା’, ‘ଆକବର ବିରବଲ’, ମନ ମୋହିନୀ ଭଳି ୫୦ରୁ ଅଧିକ ଧାରାବାହିକରେ ଅଭିନୟ କରି ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି । ଏଥିସହ ସେ ରାମଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ‘ସରକାର ରାଜ-୩’ ଭଳି ବିଗ୍ ବ୍ୟାନରରେ ଅଭିନୟ କରି ଜଣେ ଓଡ଼ିଆ ଭାବେ ରାଜ୍ୟକୁ ଗର୍ବିତ କରିଛନ୍ତି ।

Get real time updates directly on you device, subscribe now.