fbpx

ଅଧିକାରୀ ସହିତ ମହିଳା କନଷ୍ଟେବଳଙ୍କ ସୁଇମିଂ ପୁଲରେ ଗାଧୋଇବାର ଅଶ୍ଲୀଳ ଭିଡିଓ ଭାଇରାଲ, ସ୍ୱାମୀର ଅଭିଯୋଗ ପରେ ଦୁହିଁଙ୍କୁ…

ଜୟପୁର: ରାଜସ୍ଥାନ ପୋଲିସ ପୁଣି ଥରେ ଲଜ୍ଜିତ ହୋଇଛନ୍ତି । ରାଜସ୍ଥାନ ପୋଲିସର ଜଣେ ଅଧିକାରୀ ଓ ମହିଳା କନଷ୍ଟେବଳଙ୍କ ସୁଇମିଂ ପୁଲରେ ଗାଧୋଇବା ସମୟର ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ମହିଳା କନଷ୍ଟେବଳଙ୍କ ସ୍ୱାମୀଙ୍କ ଅଭିଯୋଗରେ ଉଭୟଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଏମଏଲ ଲାଠର ।

ତେବେ ଅଜମେରଜିଲ୍ଲାର ବ୍ୟାୱରରେ ନିଯୁକ୍ତ ହୋଇଥିବା ସର୍କଲ ଅଫିସର ହିରାଲାଲ ସୈନୀ ଜଣେ ମହିଳା କନଷ୍ଟେବଳଙ୍କ ସହ ସୁଇମିଂ ପୁଲରେ ଗାଧୋଇବା ସହ ଅଶ୍ଲୀଳ କାର୍ଯ୍ୟ କରିଥିଲେ । ଲଜ୍ଜାର ବିଷୟ କି, ମହିଳାଙ୍କ ୬ ବର୍ଷର ପୁଅ ବି ସେହି ସୁଇମିଂ ପୁଲରେ ଥିଲା ଓ ତା ସହ ବି ହିରାଲାଲ ଅଶ୍ଲୀଳ କାମ କରିଥିଲା । ୨ ମିନିଟ ୩୮ ସେକେଣ୍ଡର ଏହି ଭିଡିଓକୁ ନେଇ ମହିଳା କନଷ୍ଟେବଳଙ୍କ ସ୍ୱାମୀ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଖାସ୍ କଥା ହେଉଛି ଯେ, ୧୩ ଜୁଲାଇ ୨୦୨୧ରେ ମହିଳା କନଷ୍ଟେବଳ ସୁଇମିଂ ପୁଲର ଏକ ଫଟୋ ହ୍ୱାଟ୍ସଆପରେ ସେୟାର କରିଥିଲେ । ମହିଳାଙ୍କ ୮ ବର୍ଷର ପୁଅ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା । ପୋଲିସ ଅଧିକାରୀ ଓ ମହିଳା ଦୁହେଁ ମିଶି ଏହି ଭିଡିଓ କରିଥିଲେ ।

Get real time updates directly on you device, subscribe now.