fbpx

ପୁଣି ଥରେ ବଢିଲା OJEE ଅବଧି; ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଓଜେଇଇ ୨୦୨୧ର ଅବଧି ପୁନର୍ବାର ବୃଦ୍ଧି କରାଯାଇଛି । ବି ଟେକ୍ ବ୍ୟତିତ ଅନ୍ୟ ସମସ୍ତ କୋର୍ସ ପାଇଁ ଫର୍ମ ପୂରଣ ଅବଧି ଅଗଷ୍ଟ ୧୮ ଯାଏଁ ବଢାଇ ଦିଆଯାଇଛି । ସେହିପରି ପେମେଣ୍ଟର ଅନ୍ତିମ ତାରିଖକୁ ଅଗଷ୍ଟ ୧୮ ରାତି ୧୧.୫୯ ଯାଏଁ ବଢାଇ ଦିଆଯାଇଛି । ଅଗଷ୍ଟ ୧୭ ତାରିଖ ଯାଏଁ ପରୀକ୍ଷା କେନ୍ଦ୍ର ମଧ୍ୟ ବଦଳି କରାଯାଇପାରିବ ବୋଲି କୁହାଯାଇଛି ।

ପୂର୍ବରୁ ଦୁଇ ଥର ଆବେଦନ ଅବଧି ବୃଦ୍ଧି କରାଯାଇଥିବା ବେଳେ ନୂତନ ଭାବରେ ନୂତନ ଭାବରେ ୯ଟି ଜିଲ୍ଲାରେ ପରୀକ୍ଷା ସେଣ୍ଟର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କୋଭିଡ ପରସ୍ଥିତିକୁ ଦୃଷ୍ଟିରେ ରଖି ଭବାନୀପାଟଣା, ନବରଙ୍ଗପୁର, ବୌଦ୍ଧ, ନୂଆପଡା, ଦେବଗଡ, ପୁରୀ, କେନ୍ଦ୍ରାପଡା, ମାଲକାନଗିରି ଓ ସୋନପୁରରେ ନୂଆ ସେଣ୍ଟର ପାଇଁ ଘୋଷଣା କରାଯାଇଛି । ସେହିପରି ରାଜ୍ୟ ବାହାରେ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ପାଟନା, ରାଞ୍ଚି ଓ କୋଲକାତାରେ ସେଣ୍ଟର କରାଯାଇଛି ।

Get real time updates directly on you device, subscribe now.