fbpx

(Video) ବିଚ୍ ରାସ୍ତା ମଝିରେ ଛିଡ଼ା ହୋଇଥିବା ବେଳେ ହଠାତ୍ OLA Electric Scooter ଜଳିଗଲା, ଏହା କେତେଦୂର ସୁରକ୍ଷିତ?

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଓଲା ସ୍କୁଟରର ଚାହିଦା ବର୍ତ୍ତମାନ ସମୟରେ ଅଧିକ ରହିଛି । ଗ୍ରାହକମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ଓଲା ସ୍କୁଟର ରାସ୍ତା ମଝିରେ ଜଳୁଥିବାର ଦେଖାଯାଉଛି । ଏହି ସମୟରେ ଲୋକମାନେ ଭୟରେ ଗାଡ଼ି ନିକଟରୁ ଦୂରେଇ ରହୁଥିବା ବେଳେ ଏହି ଇଲେକ୍ଟ୍ରିକ ଯାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପାଖାପାଖି ୧୫ ସେକେଣ୍ଡର ଉକ୍ତ ଭିଡିଓରେ ଏକ ଓଲା ଏସ୧ ପ୍ରୋ ଇଲେକ୍ଟ୍ରିକ ସ୍କୁଟର ରାସ୍ତାକଡ଼ରେ ଜଳୁଥିବାର ଦେଖାଯାଉଛି । ପ୍ରଥମେ ସେଥିରୁ ଧୂଆଁ ବାହାରିଥିଲା ଓ ନିଆଁ ଭୀଷଣ ଭାବେ ଗାଡ଼ି ସାରା ବ୍ୟାପି ଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ସ୍କୁଟର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ପୁଣେରୁ ଆସିଥିବା ଉକ୍ତ ଘଟଣାର ବର୍ତ୍ତମାନ ଯାଞ୍ଚ ଚାଲିଛି ଓ ଖୁବଶୀଘ୍ର ଏହା ପଛର କାରଣ ବିଷୟରେ ସାର୍ବଜନୀନ କରାଯିବ ।

ଓଲା ପକ୍ଷରୁ କୁହାଯାଇଛି ଯେ, ଗାଡ଼ିର ସୁରକ୍ଷା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଏହି ସ୍କୁଟରରେ ଭଲ କ୍ୱାଲିଟିର ପ୍ରଡକ୍ଟର ବ୍ୟବହାର କରାଯାଇଥାଏ । ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି । ଲିଥିୟମ-ଆୟନ ବ୍ୟାଟେରୀର କ୍ଷତି ଘଟିବା ବା ଶର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସୂଚନାଯୋ ଯୋଗ୍ୟ ଯେ, ଓଲା ଏସ୧ର ମୂଲ୍ୟ ୧ ଲକ୍ଷରୁ ଆରମ୍ଭ ହେଉଥିବା ବେଳେ ଓ ଏସ୧ ପ୍ରୋର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ଅଟେ । ଥରେ ଫୁଲ ଚାର୍ଜ କଲା ପରେ ଏସ୧କୁ ୧୨୦ କିମି ଓ ଏସ୧ ପ୍ରୋକୁ ୧୮୦ କିମି ପର୍ଯ୍ୟନ୍ତ ଚଲାଯାଇ ପାରିବ । ଅଲଗା ଅଲଗା ରାଜ୍ୟର ସବସିଡି ହିସାବକୁ ଆଧାରକୁ କରି ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ।

Get real time updates directly on you device, subscribe now.