fbpx

ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବ OLA, ଥରେ ଚାର୍ଜ କଲେ ଯିବ ୨୪୦ କିଲୋମିଟର

ନୂଆ ଦିଲ୍ଲୀ, ୨୫/୦୪: ଭାରତରେ କ୍ୟାବ ସେବା ଯୋଗାଉଥିବା ସଂସ୍ଥା OLA ଇଲେକ୍ଟ୍ରିକ ବାହାନ ତିଆରିରେ ପଦାର୍ପଣ କରିବାର ଘୋଷଣା କରିବା ପରେ ଏହାକୁ ନେଇ ଉତ୍ସାହ ଦେଖାଯାଇଛି । କଂପାନୀ ଖୁବ ଶୀଘ୍ର ଏହାର ପ୍ରଥମ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କଂପାନୀ ଆଜି ଭାରତରେ ଦୁନିଆର ସବୁଠାରୁ ବଡ ହାଇପର ଚାର୍ଜିଂଙ୍ଗ ସେଟଅପ ଲଗାଇବାର ଘୋଷଣା କରିଛି, ଏହା ସହ OLA ନିଜର ଆଗାମୀ ଇଲେକ୍ଟ୍ରିକ ସ୍କୁଟରର ଲଞ୍ଚକୁ ନେଇ ମଧ୍ୟ ସୂଚନା ଦେଇଛି । କଂପାନୀ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସ୍କୁଟରକୁ ଆସନ୍ତା ଜୁଲାଇ ମାସରେ ଲଞ୍ଚ କରାଯିବ ।

ଗତ ବର୍ଷ ମେ ମାସରେ OLA Amsterdam ବ୍ୟବହୃତ ଇଲେକ୍ଟ୍ରିକ ସ୍କୁଟର ନିର୍ମାତା କଂପାନୀ Etergo EVକୁ ଅଧିଗ୍ରହଣ କରିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ OLA ଏହାର ଆଗାମୀ ସ୍କୁଟରରେ Etergo ର ପ୍ରସିଦ୍ଦ AppScooter ଟେକନିକର ବ୍ୟବହାର କରିବ ।

କେମିତି ହେବ  ସ୍କୁଟର:

କଂପାନୀ ଏହି ସ୍କୁଟରର ବିବରଣୀ ଦେଇନାହିଁ ।  ହେଲେ ରିପୋର୍ଟ ଅନୁଯାୟୀ ଏଥିରେ  Etergo AppScooterରେ ବ୍ୟବହାର ହେଉଥିବା ସ୍ପେବେଲ ବ୍ୟାଟେରୀ ପ୍ୟାକର ବ୍ୟବହାର କରାଯାଇପାରେ । ଯାହାକି ସିଙ୍ଗଲ ଚାର୍ଜରେ ୨୪୦ କିଲୋମିଟର ପର୍ଯ୍ୟନ୍ତ ଚଲାଇହେବ ।

କେବଳ ସେତିକି ନୁହେଁ, ପିକଅପ ରେ ମଧ୍ୟ ଏହି ସ୍କୁଟର ଖାସ ରହିବ  । ଏହି ସ୍କୁଟର ୪.୫ ସେକେଣ୍ଡରେ ୦ ରୁ ୪୫ କିମି ପ୍ରତିଘଣ୍ଟାର ବେଗରେ ଚାଲିପାରିବ । ଏଥିରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ସହିତ ସିଟ ତଳେ ୫୦ ଲିଟର କ୍ଷମତାର ସ୍ପେସ ରହିଛି । କିଛିଦିନ ପୂର୍ବରୁ କଂପାନୀ ଏହାର ସ୍କୁଟରର କିଛି ଫଟୋ ଜାରି କରିଥିଲା, ଯେଉଁଥିରେ ସ୍କୁଟରରେ କଂପାନୀ ଏଲଇଡି ଲାଇଟିଙ୍ଗ ସହିତ  ଟିଏଫଟି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟରର ବ୍ୟବହାର କରୁଥିବାର ଦେଖାଯାଇଛି ।

ଫାଷ୍ଟ ଚାର୍ଜିଂ:

OLA ଆଜି ଭାରତରେ ଯେଉଁ ହାଇପର ଚାର୍ଜିଂର ସ୍ଥାପନ ବିଷୟରେ କହିଛି ତାହାକୁ ମଧ୍ୟ କଂପାନୀ ସ୍କୁଟରର ଲଞ୍ଚ ସମୟରେ ଇନଷ୍ଟଲ କରିବାକୁ ଯାଉଛି । କଂପାନୀ ଅନୁଯାୟୀ ଏହି ହାଇପର ଚାର୍ଜର ବହୁତ ଶକ୍ତିଶାଳୀ ହେବ ଯାହା କଂପାନୀର ଇଲେକ୍ଟ୍ରିକ ସ୍କୁଟରକୁ କେବଳ ୧୮ ମିନିଟରେ ୫୦ % ଚାର୍ଜ କରିପାରିବ ଯାହାଦ୍ୱାରା ଗ୍ରାହକ ୭୫ କିମି ପର୍ଯ୍ୟନ୍ତ ଯାଇପାରିବେ । ଏହାଛଡା କଂପାନୀ କହିଛି ଯେଉଁ ସହରରେ ସ୍କୁଟର ଲଞ୍ଚ ହେବ ସେଠାରେ ଆଗରୁ ହିଁ ଏହି ଚାର୍ଜିଂ ବ୍ୟବସ୍ଥାକୁ ଲଗାଯିବ ।

ଏମିତି ରହିପାରେ ଦାମ:

ଅବଶ୍ୟ ଲଞ୍ଚ ପୂର୍ବରୁ ଏହି ଇଲେକ୍ଟ୍ରିକ ସ୍କୁଟରର ଦାମ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ସୂଚନା ଅନୁସାରେ ଏହାର ଦାମ ୧ଲକ୍ଷର ୧.୫ ଲକ୍ଷ ରହିପାରେ  । ବଜାରରେ ଆସିବା ପରେ ଏହା TVS iQube ଏବଂ Bajaj Chetakକୁ ଟକ୍କର ଦେବ ।

Get real time updates directly on you device, subscribe now.