fbpx

ପୁରୁଣା ୧୦୦ ଟଙ୍କିଆ ଅଚଳ ଖବର ମିଛ ନା ସତ? ଜାଣନ୍ତୁ କ’ଣ କହିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୫ ।୧: ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ମାମଲାରେ ସ୍ପଷ୍ଟୀକରଣ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୁରୁଣା ୧୦୦. ୧୦, ୫ ଟଙ୍କିଆ ଅଚଳକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ରିଜର୍ଭ ବ୍ୟାଙ୍କ । ପୁରୁଣା ୧୦୦, ୧୦, ୫ ଟଙ୍କିଆ ନୋଟ୍ ବନ୍ଦ ହେବ ନାହିଁ । ଯାହା ଖବର ପ୍ରକାଶ ପାଉଛି , ତାହା ଠିକ୍ ନୁହେଁ ବୋଲି ଆରବିଆଇ କହିଛି । ଏସବୁ ଅଚଳ କରାଯିବା ନେଇ ଖବରର କୌଣସି ସତ୍ୟତା ନାହିଁ । ତେବେ ଖୁବଶୀଘ୍ର ପୁରୁଣା ନୋଟ ଅଚଳ ହେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.