fbpx

ରୋଷେଇ ଘରୁ ବାହାରିଲା ୩୦୦ ବର୍ଷ ପୁରୁଣା ମୁଦ୍ରା.. ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ନୂଆଦିଲ୍ଲୀ: ବେଳେବେଳେ ଘର କିମ୍ବା କ୍ଷେତ ଖୋଳିବା ସମୟରେ ଏପରି ମୂଲ୍ୟବାନ ଜିନିଷ ବାହାରିଥାଏ ଯାହାକୁ ପାଇଥିବା ବ୍ୟକ୍ତି ଧନୀ ହୋଇଯାଆନ୍ତି । ସେହିପରି ଅନେକ ଥର କିଛି ମୂଲ୍ୟବାନ ଜିନିଷ ଏପରି ସ୍ଥାନରୁ ବାହାରିବା ଆରମ୍ଭ କରେ, ଯାହାକୁ ଦେଖିବା କିମ୍ବା ଶୁଣିବା ପରେ ଲୋକମାନେ ବିଶ୍ୱାସ କରି ପାରନ୍ତି ନାହିଁ । ତେବେ କିଛି ଦିନ ପୂର୍ବରୁ ଆମେରିକାରୁ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା ଯେ ଜଣେ ଦମ୍ପତିଙ୍କ ରୋଷେଇ ଘର ଭିତରୁ ପୁରୁଣା ସୁନା ମୁଦ୍ରାର ବର୍ଷା ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ଆମେରିକାର ଉତ୍ତର ୟର୍କଶାୟାରର ଏକ ଦମ୍ପତିଙ୍କ ଘର କାମ ଚାଲିଥିବା ବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିିଥିଲା । ତେବେ ରୋଷେଇ ଘର ଭିତରେ ଟିକିଏ ଖୋଳିବା ପରେ ଏଥିରୁ ପୁରୁଣା ମୁଦ୍ରା ବାହାରିବା ଆରମ୍ଭ କରିଥିଲା । ତେବେ ମିଳିଥିବା ମୁଦ୍ରା ଗୁଡ଼ିକୁ ଏକ କପରେ ଭର୍ତ୍ତି ହୋଇ ରୋଷେଇ ଘରର ଚଟାଣର ୬ ଇଞ୍ଚ ତଳେ ରହିଥିଲା । କାମ କରୁଥିବା ବ୍ୟକ୍ତିମାନେ ମୁଦ୍ରା ଗୁଡ଼ିକୁ ଦେଖିବା ମାତ୍ରେ ତୁରନ୍ତ ଦମ୍ପତିଙ୍କୁ ଡାକିଥିଲେ ।

ଯେତେବେଳେ ଦମ୍ପତି ସେଠାରେ ପହଞ୍ଚି ମୁଦ୍ରା ଗୁଡ଼ିକୁ ଦେଖିଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ମୁଦ୍ରାଗୁଡ଼ିକ ପ୍ରାୟ ତିନି ଶହ ବର୍ଷ ପୁରୁଣା ବୋଲି ଜଣାପଡିଛି । ଏହି ଦମ୍ପତି ପ୍ରଥମେ ଅନୁଭବ କରିଥିଲେ ଯେ ଭୂମି ଭିତରେ ଏକ ବୈଦ୍ୟୁତିକ ତାର ଅଛି, କିନ୍ତୁ ଯେତେବେଳେ କପ ସଠିକ ଭାବରେ ଯାଞ୍ଚ କରାଯାଇଥିଲା, ଏଥିରେ ୧୬୧୦ ରୁ ୧୭୨୭ ମଧ୍ୟରେ ମୁଦ୍ରା ରହିଥିଲା । ମୁଦ୍ରା ପାଇବା ପରେ ଏହି ଦମ୍ପତି ଲଣ୍ଡନରେ ଅବସ୍ଥିତ ଏକ ନିଲାମ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ । ପରେ କମ୍ପାନୀ ସହିତ ଜଡିତ ଲୋକମାନେ ଦମ୍ପତିଙ୍କ ଘରକୁ ଆସିଥିଲେ । ଏହି ମୁଦ୍ରା ପ୍ରାୟ ୩୦୦ ବର୍ଷ ପୁରୁଣା ବୋଲି ଜଣା ପଡ଼ିଥିଲା । ଏହି ଦମ୍ପତି ନିଲାମରେ ମୁଦ୍ରାଗୁଡ଼ିକୁ ପ୍ରାୟ ସାତ କୋଟି ଟଙ୍କାରେ ବିକ୍ରି କରିଛନ୍ତି ।

Get real time updates directly on you device, subscribe now.