fbpx

ସରକାରୀ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଗଣମାଧ୍ୟମ ପ୍ରତିନିଧି ଓ ଅଗ୍ନିଶମ ବିଭାଗ

ଗୋପ (ଓଡ଼ିଶା ଭାସ୍କର): ପାରିବାରିକ କଳହକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ଗୋପ ଥାନା ଅଧିନ ଡଭାର ଗାଁର ଭିନ୍ନକ୍ଷମ ବେଣୁଧର ରାଉତ (୬୫ ) ନିକଟସ୍ଥ ମୁଗେଇ ସେତୁ ଉପରୁ ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରୁଥିଲେ । ଏହି ସମୟରେ କୈାଣସି କାର୍ଯ୍ୟରେ ସେହି ରାସ୍ତାରେ ଯାଉଥିବା ଆଲୋକ ରଞ୍ଜନ ରାଉତରାୟ ଆତ୍ମହତ୍ୟା କରୁଥିବା ଭିନ୍ନକ୍ଷମ ବୃଦ୍ଧକୁ ଉଦ୍ଧାର କରିବା ସହ ଗୋପ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଖବର ପାଇ ଗୋପ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

ପ୍ରକାଶ ଯେ, ଭିନ୍ନକ୍ଷମ ବୃଦ୍ଧ ବେଣୁଧର ରାଉତ ଜନ୍ମରୁ ଭିନ୍ନକ୍ଷମ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭିକ୍ଷାବୃତି କରି ପେଟ ପୋସିଥାନ୍ତି । ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାରରେ ସବୁ ସମୟରେ ବିବାଦ ଦେଖାଯାଏଥାଏ । ଗୁରୁବାର କୈାଣସି କାରଣକୁ ନେଇ କଳହ ଦେଖା ଦେବାରୁ ଶୁକ୍ରବାର ମଧ୍ୟାହ୍ନରେ ଭିନ୍ନକ୍ଷମ ବେଣୁଧର ନିଜର ହ୍ୟୁଇଲି ସାଇକେଲ ଯୋଗେ ଏହି ସେତୁ ନିକଟରେ ପହଞ୍ଚି ଆତ୍ମହତ୍ୟା ଲାଗି ଉଦ୍ୟମ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ରାଉତରାୟ ସେତୁ ତଳକୁ ଡେଇଁ ଭିନ୍ନକ୍ଷମ ବେଣୁଧରଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ବେଣୁଧର ଗାଁର ଗୌତମ ପଣ୍ଡାଙ୍କ ସହ କେତେକ ଗ୍ରାମବାସୀଙ୍କ ସହିତ ଗୋପ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗର ସୁକାନ୍ତ କୁମାର ଜେନାଙ୍କ ସହିତ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆତ୍ମହତ୍ୟା କରୁଥିବା ବୃଦ୍ଧ ଜଣଙ୍କ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଥିବା ବେଳେ କେବଳ ଅଭାବ ଯୋଗୁଁ ସେ’ ଆତ୍ମହତ୍ୟାର ବାଟ ବାଛି ନେଇଥିବା କହିଛନ୍ତି । ଜଣେ ଭିନ୍ନକ୍ଷମ ବୃଦ୍ଧର ଜୀବନ ବଞ୍ଚାଇ ଥିବା ଗଣମାଧ୍ୟମ ପ୍ରତିନିଧି ଆଲୋକ ରଞ୍ଜନ ରାଉତରାୟଙ୍କୁ ଗୋପ ବ୍ଳକର ସମସ୍ତ ଜନସାଧାରଣଙ୍କ ସମେତ ଗୋପର ସବୁ ଗଣମାଧ୍ୟମର ପ୍ରତିନିଧି ଧନ୍ୟବାଦ ଜେଣେଇଥିଲେ ।

Get real time updates directly on you device, subscribe now.