fbpx

ବନ୍ଦ ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର, ୪ଦିନ ଧରି ପାଖରେ ଶୋଇଥିଲା ଝିଅ

ଗନ୍ଧରେ ନାକ ଫାଟି ପଡୁଥିଲା, କେଉଁଠି ଏଭଳି ଗନ୍ଧ ଆସୁଛି ବୋଲି ଚିନ୍ତିତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ଏହାପରେ ପୋଲିସ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ପଂଚିଥିଲେ । ଆଉ ସନ୍ଦେହରେ କଲୋନୀର ଏକ ବନ୍ଦ ଘରର ଚାବି ଭାଙ୍ଗିଥିଲେ । ଆଉ ତା’ପରର ଦୃଶ୍ୟ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଥିଲା ।

କାରଣ ସେହି ବନ୍ଦ ଘରେ ପଡ଼ିଥିଲା ଜଣେ  ବୃଦ୍ଧାଙ୍କ ମୃତ ଶରୀର ଆଉ ସେହି ମୃତଦେହ ପାଖରେ ଚେତାଶୂନ୍ୟ ହୋଇ ପଡିଥିଲା ମାନସିକ ବିକୃତ ଝିଅ । ଏଭଳି ଏକ ଘଟଣା ଘଟିଛି ରାଉରକେଲା ବାସନ୍ତୀ କଲୋନୀରେ । ବାସନ୍ତୀ କଲୋନୀରେ ଥିବା ଏକ ବନ୍ଦ ଘରୁ ବୃଦ୍ଧାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି ।

ସୂଚନା ଅନୂଯାୟୀ ଏହିଘରେ ମା ମଞ୍ଜୁ ପୁରୀ ଓ  ଝିଅ ପ୍ରିୟଙ୍କା ପୁରୀ ରହୁଥିଲେ। ଦେଢ଼ ବର୍ଷ ପୂର୍ବରୁ କରୋନାରେ ବାପାଙ୍କ ମୃତ୍ୟୁ ହୋଇଥିଲା  । ଏଥିରେ ମାନସିକ ଭାରସାମ୍ୟ ହରାଇବସିଥିଲେ ଝିଅ । ଦୁଇ ଦିନ ଧରି ପରି ପଚା ଗନ୍ଧ ହେଉଥିଲା  । ସୋମବାର ପ୍ରବଳ ଗନ୍ଧ ହେବାରୁ ପ୍ରବଳ ହେବାରୁ ସ୍ଥାନୀୟ ଲୋକେ ଉଦିତନଗର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା, ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ପଶିଥିଲେ । ଆଉ ଘର ଭିତରେ ମିଳିଥିଲା ବୃଦ୍ଧ ମହିଳାଙ୍କ ମୃତଦେହ।

ତେବେ ବୃଦ୍ଧାଙ୍କ ମୃତ୍ୟୁ କିପରି ହେଲା ତାହା ଏଯାଏଁ ଜଣାପଡିନଥିବାବେଳେ ମୃତ ଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସେପଟେ  ଝିଅଟି ଆକ୍ରୋଶରେ ଆସି ମା’କୁ ହତ୍ୟା କରିଥିବା ନେଇ ଲୋକେ ସନ୍ଦେହ କରୁଛନ୍ତି ।

 

Get real time updates directly on you device, subscribe now.