ଅଭିଜିତଙ୍କ ପରେ ଅସୁସ୍ଥ ହେଲେ ଓଲିଉଡର ଲୋକପ୍ରୀୟ ଗାୟକ ହ୍ୟୁମାନ ସାଗର, ଏମ୍ସରେ ଭର୍ତ୍ତି
ଅସୁସ୍ଥ ହେଲେ ଓଲିଉଡର ଲୋକପ୍ରୀୟ ଗାୟକ ହ୍ୟୁମାନ ସାଗର ।
ଭୁବନେଶ୍ବର: ଓଡ଼ିଆ ସଙ୍ଗୀତ ଜଗତରେ ବୋଧେ କାହାର ଖରାପ ନଜର ପଡ଼ିଯାଇଛି । ଜଣଙ୍କ ପରେ ଜଣେ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି ସିଙ୍ଗର । ଗତ କିଛି ମାସ ଧରି ଓଲିଉଡର ଲୋକପ୍ରୀୟ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଅସୁସ୍ଥ ଥିବା ବେଳେ ଏବେ ଫେମସ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇପଡ଼ିଛନ୍ତି ।
ହ୍ୟୁମାନ ସାଗରଙ୍କୁ ଚିକିତ୍ସା ପାଇଁ ଏବେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । କିଡନୀ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଗୀତିକାର । କିଛିଦିନ ହେବ ଘରୋଇ ଡାକ୍ତରଖାନାରେ ହେଉଥିଲେ ଚିକିତ୍ସିତ । କିନ୍ତୁ ଆଜି ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ଧିରେ ଧିରେ ସୁସ୍ଥ ହେଉଛନ୍ତି ମେଲୋଡି଼ କିଙ୍ଗ୍ ଅଭିଜିତ୍ ମଜୁମଦାର । ପ୍ରକାଶ ଥାଉକି, ଗତ ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ସେବେଠାରୁ ସେ କୋମାରେ ଅଛନ୍ତି।
ତେବେ ଗତ ସେପ୍ଟେମ୍ବର ୪ ତାରିଖରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଠାରେ ଅନେକ ଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଭେଣ୍ଟିଲେଟର ସପୋର୍ଟରେ ଥିବା ଅଭିଜିତ୍ ଦାଦାଙ୍କୁ ଆଜି ମେଡି଼ସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି।
