fbpx

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ: ଟୋକିଓ-୨୦୨୦ରେ ରଚିଥିଲେ ଇତିହାସ

ନୂଆଦିଲ୍ଳୀ: ପ୍ରଥମ ଭାରତୀୟ ଭାବରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଇତିହାସ ରଚିଥିବା ନୀରଜ ଚୋପ୍ରଙ୍କୁ ପରମ ବିଶିଷ୍ଟ ସେବା ସମ୍ମାନ ପ୍ରଦାନ କରାଯାଇଛି । ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାରରେ ନୀରଜଙ୍କୁ ସମ୍ମାନିତ କରିବେ ।

ନୀରଜଙ୍କ ବ୍ୟତିତ ପ୍ରତିରକ୍ଷା ବିଭାଗର ୩୮୪ ଜଣଙ୍କୁ ସେବା ପଦକ ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ମଙ୍ଗଳବାର ସନ୍ଧ୍ୟାରେ ସମସ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏହି ପଦକ ମଧ୍ୟରେ ୧୨ଟି ଶୌର୍ଯ୍ୟ ଚକ୍ର, ୨୯ଟି ପରମ ବିଶିଷ୍ଟ ସେବା ମେଡାଲ, ୪ଟି ଉତ୍ତମ ଯୁଦ୍ଧମ ସେବା ପଦକ, ୫୩ ଟି ଅତି ବିଶିଷ୍ଟ ସେବା ପଦକ ଏବଂ ୧୩ଟି ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ । ଏହା ସହିତ ରାଷ୍ଟ୍ରପତି ୧୨୨ଟି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରିବେ । ଏହା ମଧ୍ୟରୁ ୮୧ଟି ସେନା ମେଡାଲ ରହିଛି ।

Get real time updates directly on you device, subscribe now.