fbpx

CONDOM ଜିତାଇଲା ଅଲିମ୍ପିକ ପଦକ; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଳୀ: କଣ୍ଡୋମ ସହାୟତାରେ ଅଲିମ୍ପିକ୍ସ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ଅଷ୍ଟ୍ରେଲିଆର ମହିଳା କାୟାକିଂ (ନୌଚାଳନା) ଖେଳାଳି ଜେସିକା ଫକ୍ସ । ୨୭ ବର୍ଷୀୟା ଜେସିକା ଫକ୍ସ କାଂସ୍ୟ ପଦକ ଜିତିବା ସହିତ ପୋଡିୟମରେ ନିଜ ବିଜୟର ଶ୍ରେୟ କଣ୍ଡୋମକୁ ଦେଇଛନ୍ତି । କାୟାକ ବା ପ୍ଲାଷ୍ଟିକ ନୌକାକୁ ଠିକ କରିବା ପାଇଁ ଜେସିକା କଣ୍ଡୋମ ବ୍ୟବହାର କରିଥିଲେ ଯାହା ଫଳରେ ସେ ରେସ୍ ସମ୍ପୂର୍ଣ୍ଣ କରିବା ସହିତ ପଦକ ବିଜୟୀ ହେବାରେ ସମର୍ଥ ହୋଇଥିଲେ ।

୨୭ ତାରିଖରେ ଅନୁଷ୍ଠିତ ଫାଇନାଲରେ ଜେସିକା ପଦକ ବିଜୟୀ ହୋଇଥିଲେ । ଏହାପରେ କଣ୍ଡୋମ ତାଙ୍କୁ କିଭଳି ପଦକ ବିଜୟୀ ହେବାରେ ସହାୟତା କରିଥିଲା ତା ଉପରେ ଏକ ଭିଡିଓ ତିଆରି କରି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଜେସିକା । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ଓ ୨୦୧୬ ରିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ସାରିଥିବା ଜେସିକା ଆରମ୍ଭରୁ ହିଁ ସ୍ୱର୍ଣ୍ଣ ପାଇଁ ଫେବରିଟ୍ ରହିଥିଲେ ।

ହିଟସରୁ ଆରମ୍ଭ କରି ସେମି ଫାଇନାଲ ଯାଏଁ ଜେସିକା ହିଁ ଦ୍ରୁତତମ ରହିଥିଲେ । ତେବେ ଅନ୍ତିମ ରେସରେ କାୟାକ ଖରାପ ହେବା କାରଣରୁ ଜେସିକା ସଙ୍କଟରେ ପଡିଥିଲେ । ତେବେ କଣ୍ଡୋମ ସହାୟତାରେ କାୟାକ ସଜାଡି ପୁଣି ଥରେ ରେସ ଆରମ୍ଭ କରିଥିଲେ ଜେସିକା । ଜର୍ମାନୀର ରିକାର୍ଡା ଫଙ୍କ ୧୦୫.୫୦ ମିନିଟ ସହିତ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ମାତ୍ର ୧ ମିନିଟ ୧୩ ସେକେଣ୍ଡ ବ୍ୟବଧାନରେ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ ଜେସିକା ।

Get real time updates directly on you device, subscribe now.