ପୁଣି ମହଙ୍ଗା ମାଡ: ବଢ଼ିଲା ଓମଫେଡ୍ କ୍ଷୀର ଦାମ୍, ଆଜିଠୁ ହେବ ଲାଗୁ, ଜାଣନ୍ତୁ କେତେ ଅଛି ଦାମ୍
ପୁଣି ମହଙ୍ଗା ମାଡ: ବଢ଼ିଲା ଓମଫେଡ୍ କ୍ଷୀର ଦାମ୍, ଆଜିଠୁ ହେବ ଲାଗୁ
ଭୁବନେଶ୍ୱର: : ଗ୍ରାହକଙ୍କୁ ଝଟକା । ବଢିଲା କ୍ଷୀର ଦାମ୍ । ଓମ୍ଫେଡ୍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ଓମ୍ଫେଡ୍ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି।
ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଉଛି । ତେଣୁ କ୍ଷୀର ଦର ବୃଦ୍ଧି ପାଇବାର ଆବଶ୍ୟକତା ରହିଛି ବୋଲି ଓମଫେଡ୍ ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଉତ୍ପାଦନ ପାଇଁ ଉତ୍ସାହିତ ହେବେ ବୋଲି କହିଛି ଓମଫେଡ୍ ।
ଓମଫେଡ୍ ଦର ବୃଦ୍ଧି ହେବା ଦ୍ୱାରା ୧ ଲିଟର କ୍ଷୀରର ଦାମ ୫୬ ଟଙ୍କାରୁ ବଢି ୬୦ ଟଙ୍କାରେ ବିକ୍ରି ହେଉଛି । ଓମଫେଡ୍ ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୫୦ ଟଙ୍କାରୁ ୫୪ ଟଙ୍କା ହୋଇଛି । ସେହିପରି ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୫୪ ଟଙ୍କାରୁ ୫୮ ଟଙ୍କା ହୋଇଛି । ଅନ୍ୟପଟେ ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରୁ ୬୪ ଟଙ୍କା ହୋଇଥିବା ବେଳେ ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୫୬ ଟଙ୍କାରୁ ୬୦ ଟଙ୍କା ହୋଇଛି ।
ଗୋଟିଏ ପ୍ୟାକେଟ୍ (୫୦୦ ମି.ଲି) ଉପରେ ୨ ଟଙ୍କା ବୃଦ୍ଧି ପାଇଛି । ଆଜିଠାରୁ ରାଜ୍ୟରେ ଓମ୍ଫେଡ୍ର ନୂଆ ଦର ଲାଗୁ ହୋଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।
