fbpx

ଓମିକ୍ରନକୁ ନେଇ ପୁଣି ଡରାଇଲା WHO: ଆହୁରି ରୂପ ବଦଳେଇବ କରୋନା

ନୂଆଦିଲ୍ଳୀ: ଓମିକ୍ରନ ଭାଇରସକୁ ନେଇ ପୁଣି ଡରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହି ଭାରିଆଣ୍ଟଟି କରୋନାର ଶେଷ ଭାରିଆଣ୍ଟ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁସ । କରୋନା ବର୍ତ୍ତମାନ ଏକ ଭୟାନକ ସ୍ଥିତିରେ ରହିଛି । ତେବେ ଏହା ଅନ୍ତିମ ଭାରିଆଣ୍ଟ ବୋଲି ବିବେଚନା କରିବା ସବୁଠାରୁ ବଡ ବୋକାମୀ । ଓମିକ୍ରନ ଶେଷ ଭାରିଆଣ୍ଟ୍ ନୁହେଁ । ଏହା ପରେ ବି ଏକାଧିକ ଭାରିଆଣ୍ଟ୍ ଆସିବାର ସମ୍ଭାବନା ରହିଛି । ତେବେ କୋଭିଡ୍ ର ନୂତନ ଭାରିଆଣ୍ଟ୍ ଗୁଡ଼ିକ ଭାକସିନ୍ କୁ ମାତ୍ ଦେଇ ସଂକ୍ରମିତ କରିପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଭାକସିନରୁ ମିଳୁଥିବା ଇମ୍ୟୁନିଟି ଏହି ଭାରିଆଣ୍ଟ୍ ସାମନାରେ ଫିକା ପଡିପାରେ ବୋଲି ଆଶଙ୍କା କରାଯାଇଛି ।

ବର୍ତ୍ତମାନର ଓମିକ୍ରନ ଭାରିଆଣ୍ଟ୍ ମଧ୍ୟ ଟିକା ନେଇଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ସଂକ୍ରମିତ କରିପାରୁଛି । ଏମିତିକି ବୁଷ୍ଟର୍ ନେଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଂକ୍ରମିତ କରିପାରୁଛି । ବିଶେଷଜ୍ଞ ମାନେ କହିଛନ୍ତି ଯେ, ଆମେ ଏହା କହିପାରିବା ନାହିଁ ଯେ, ଆଗାମୀ ଭାରିଆଣ୍ଟ କିପରି ରହିବ, ମହାମାରୀକୁ ଏହା କିପରି ରୂପଦେବ ତା ମଧ୍ୟ ଜଣାପଡ଼ିନାହିଁ । କିନ୍ତୁ ଏହାର ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ ଯେ, ଓମିକ୍ରନ ପରେ ମହାମାରୀ ଶେଷ ହୋଇଯିବ । ବିଶେଷଜ୍ଞ ମାନେ କୋଭିଡ୍ ଭାକସିନ ଦେବା ଅଭିଯାନ ଜାରି ରଖିବାକୁ ଅପିଲ କରିଛନ୍ତି ।

Get real time updates directly on you device, subscribe now.