fbpx

ଡରାଉଛି ନୂଆ ଭ୍ୟାରିଆଣ୍ଟ; କର୍ଣ୍ଣାଟକ, ଗୁଜୁରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲା ଓମିକ୍ରନ୍

ମୁମ୍ବାଇ: କର୍ଣ୍ଣାଟକ, ଗୁଜୁରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲା ଓମିକ୍ରନ । ମୁମ୍ବାଇ କଲ୍ୟାଣ ଅଞ୍ଚଳର ୩୩ ବର୍ଷୀୟ ଯୁବକ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଯୁବକ ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା କହିଲେ ରାଜ୍ୟ ସରକାର । ୨ ଦିନ ତଳେ କର୍ଣ୍ଣାଟକରୁ ୨ ଓ ଆଜି ଗୁଜରାଟରୁ ଜଣେ ଚିହ୍ନଟ ହୋଇଥିଲେ । ଫଳରେ ବର୍ତ୍ତମାନ ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ଆଉ ଏବେ କରୋନାର ନୂଆ ଘାତକ ଭ୍ୟାରିଆଣ୍ଟକୁ ନେଇ ବଢ଼ିଛି ଚିନ୍ତା ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇଥିବା କରୋନା ଭାଇରସର ଏହି ନୂତନ ଓମିକ୍ରନ ଭ୍ୟାରିଆଣ୍ଟ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଭ୍ୟାରିଆଣ୍ଟ ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ମଧ୍ୟ ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଏହି ଭ୍ୟାରିଆଣ୍ଟ ବର୍ତ୍ତମାନ ୪୦ରୁ ଅଧିକ ଦେଶକୁ ପହଞ୍ଚିସାରିଲାଣି ।

Get real time updates directly on you device, subscribe now.