fbpx

ମାରାତ୍ମକ ଡେଲଟା ତୁଳନାରେ ନୂତନ ଓମିକ୍ରୋନ୍ ଭାରିଆଣ୍ଟ୍ ଏକ ଖୁସିଖବର; ଜାଣନ୍ତୁ କିପରି

ନୂଆଦିଲ୍ଲୀ: କୋଭିଡ୍-୧୯ ଭୁତାଣୁର ନୂତନ ସଂସ୍କରଣ ଭାବରେ ଦକ୍ଷିଣ ଆଫ୍ରିକାରେ ଉଭା ହୋଇଥିବା ଓମିକ୍ରନ୍ ଯୋଗୁଁ ବିଶ୍ୱବ୍ୟାପୀ ପୁଣିଥରେ ଲକଡାଉନ୍ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ କଟକଣା ଲଗାଯିବା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦେଶକୁ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କିଛି ଜଣଙ୍କ ପାଇଁ ଏହା ଏକ ଖରାପ ଖବର ହୋଇପାରେ କିନ୍ତୁ ଯଦି ଆପଣ ମାନେ ଆଉ ଟିକେ ଗଭୀର ଭାବରେ ଚିନ୍ତା କରିବେ ତେବେ ଜାଣିପାରିବେ ଯେ, ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯେବେ ପ୍ରଥମ ଥର ପାଇଁ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିଲା ସେ ସମୟରେ ମ୍ୟୁଟେସନ୍ କୁ ନେଇ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ ମାନେ ଏହାକୁ ଏକ କମ୍ ସଂକ୍ରାମକ ଭାବରେ ଦର୍ଶାଇଥିଲେ ।

ଅର୍ଥାତ୍ ନୂତନ ଭାରିଆଣ୍ଟ ଓମିକ୍ରନ୍, ଡେଲଟା ଭାରିଆଣ୍ଟ ତୁଳନାରେ ଅଧିକ ଚିନ୍ତାଜନକ ନୁହେଁ । ଅନ୍ୟାନ୍ୟ ଭାରିଆଣ୍ଟ ଗୁଡ଼ିକ ତୁଳନାରେ ଡେଲଟା ଭାରିଆଣ୍ଟ ସବୁଠାରୁ ଅଧିକ ମାରାତ୍ମକ । ତେଣୁ ଏହି ନୁତନ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଯଦି ପୁଣିଥରେ କଟକଣା ଲାଗୁ ହେଉଛି ତେବେ ଅନେକାଂଶରେ ଡେଲଟା ସଂସ୍କରଣ ବ୍ୟାପିବାକୁ ରୋକାଯାଇପାରିବ । ଏଭଳି କିଛି ମତ ପ୍ରକାଶ କରିଛନ୍ତି କିଛି ପ୍ରମୁଖ ବିଶେଷଜ୍ଞ ।

ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞଙ୍କ କହିବାନୁସାରେ, ଓମିକ୍ରନ ଖୁବ୍ ସାମାନ୍ୟ ଲକ୍ଷଣ ଦେଖାଇଥିଲା, ଯାହାର କି ଘରେ ହିଁ ଚିକିତ୍ସା ହୋଇପାରିବ । ଡେଲଟା ଭାରିଆଣ୍ଟର ଲକ୍ଷଣ ତୁଳନାରେ ଓମିକ୍ରନ୍ ଭାରିଆଣ୍ଟର ଲକ୍ଷଣ ଖୁବ୍ ସାମାନ୍ୟ । କାରଣ ଡେଲଟା ଭାରିଆଣ୍ଟରେ କିଛି ଗୁରୁତର ଲକ୍ଷଣ ଦେଖିବାକୁ ମିଳିଥିଲା । ଯେପରିକି ପାଟିର ସ୍ୱାଦ ଚାଲିଯିବା, ଅକ୍ସିଜେନ ସ୍ତର କମିଯିବା ଇତ୍ୟାଦି । ହେଲେ ଏଭଳି କିଛି ଲକ୍ଷଣ ଓମିକ୍ରନ୍ ଠାରେ ଦେଖିବାକୁ ମିଳିନାହିଁ । ଦକ୍ଷିଣ ଆଫ୍ରିକାର ଜଣେ ବିଶେଷଜ୍ଞ, ଯାହାଙ୍କ ନାମ ହେଉଛି କଟଜି, ସେ ଏନେଇ ମତ ପ୍ରକାଶ କରିଛନ୍ତି । ସେ ତାଙ୍କ ଅନୁଭୂତିରୁ କହିଛନ୍ତି ଯେ, ଓମିକ୍ରନ୍ କେବଳ ୪୦ ବର୍ଷରୁ କମ୍ ବ୍ୟକ୍ତିବିଶେଷଙ୍କୁ ସଂକ୍ରମିତ କରୁଛି ।

ଏଥିସହିତ ଯେଉଁ ମାନେ ଟିକା ଗ୍ରହଣ କରିନାହାନ୍ତି ସେମାନଙ୍କ ଠାରେ ଏହି ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛି । ଓମିକ୍ରନ୍ ରେ କେବଳ ସାମାନ୍ୟ ଲକ୍ଷଣ ଥିବା ଦେଖାଯାଇଛି ଯେପରିକି ମୁଣ୍ଡ ବିନ୍ଧା, ଶରୀରରେ ଯନ୍ତ୍ରଣା ଅନୁଭବ କରିବା ଓ ଜ୍ୱର ଆସିବା ଇତ୍ୟାଦି । ତେଣୁ ଯଦି ସାରା ବିଶ୍ୱ ଓମିକ୍ରନ୍ ପାଇଁ ଚିନ୍ତା ପ୍ରକଟ କରି କଟକଣାକୁ ବଢ଼ାଉଛି ତାହେଲେ ଏହା ମାରାତ୍ମକ ଡେଲଟା ସହିତ ଲଢ଼ିବାରେ ଖୁବ୍ ସହାୟକ ହେବ ।

Get real time updates directly on you device, subscribe now.