fbpx

ଚିଦାମ୍ବରମଙ୍କ ଘରେ ସିବିଆଇ ଚଢ଼ାଉକୁ ହାସ୍ୟସ୍ପଦ କହିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ବିରୁଦ୍ଧରେ ସିବିଆଇ ରେଡ୍ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦେଶରେ ଦରଦାମ ଏବଂ ଅନ୍ୟାନ୍ୟ ମୁଦ୍ଦା ଉପରୁ ଧ୍ୟାନ ହଟାଇବା ପାଇଁ କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଏହିପରି କାର୍ଯ୍ୟାନୁଷ୍ଠାନ କରାଉଛି ବୋଲି କହିଛନ୍ତି ରଣଦୀପ ସୂରେଜବାଲା ।

ଚିଦାମ୍ବରମ ଏବଂ ତାଙ୍କ ସାଂସଦ ପୁଅ କାର୍ତ୍ତିକ ଚିଦାମ୍ବରମଙ୍କ ବିରୁଦ୍ଧରେ ସିବିଆଇ ରେଡ୍ ସମ୍ପର୍କିତ ପ୍ରଶ୍ନରେ କଂଗ୍ରେସ ମୁଖପାତ୍ର ଅଜୟ ମାକନ କହିଥିଲେ ଯେ ପାର୍ଟି ସମ୍ପୁର୍ଣ୍ଣ ଭାବରେ ତାଙ୍କ ଶହ ଛିଡ଼ା ହୋଇଛି । ଏହି ଚଢ଼ାଉ ଜାଣିଶୁଣି କରାଯାଉଛି । ଯେପରି ବେରୋଜଗାର ଏବଂ ଦରଦାମ ବୃଦ୍ଧି ପ୍ରସଙ୍ଗରୁ ଧ୍ୟାନ ହଟିବ ।

କଂଗ୍ରେସ ମିଡିଆ ପ୍ରମୁଖ ରଣଦୀପ ସୁରେଜବାଲା ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଚିଦାମ୍ବରମ ହେଉଛନ୍ତି ପ୍ରକୃତ ଦେଶଭକ୍ତ । ତାଙ୍କର ରାଷ୍ଟ୍ରପ୍ରତି ପ୍ରତିବଦ୍ଧତା ନେଇ ପ୍ରଶ୍ନ ଉଠାଇବା କଥା ନୁହେଁ । ପୁର୍ବ ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଗୁପ୍ତ ସୂଚନା ପାଇ ସିବିଆଇ ଏହିପରି ଚଢ଼ାଉ କରିବା ହାସ୍ୟସ୍ପଦ ବୋଲି ସେ କହିଛନ୍ତି ।

ସେହିପରି ଚିଦାମ୍ବରମ ଏକ ଟ୍ୱିଟ୍ କରି ସରକାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି” ଆଜି ସକାଳେ ଚେନ୍ନାଇ ସ୍ଥିତ ବାସଭବନରେ ଏବଂ ଦିଲ୍ଲୀସ୍ଥିତ ବାସଭବନରେ ସିବିଆଇର ଏକକାଳୀନ ଚଢ଼ାଉ କରିଛି । ଟିମ୍ ମୋତେ ଏକ ଆଦେଶ ପତ୍ର ଦେଖାଇଥିଲେ, ଯେଉଁଥିରେ ମୋର ନାମ ନାହିଁ । ଏହା ପରେ ସେମାନଙ୍କୁ କିଛି ମିଳି ନଥିଲା । ତେବେ ମୁଁ କହିପାରେ ଯେ ଚଢ଼ାଉ କରିବାର ସମୟ ବହୁତ ରୋଚକ ଅଟେ ।

 

Get real time updates directly on you device, subscribe now.