fbpx

ବିବିସି ଡକ୍ୟୁମେଣ୍ଟ୍ରୀ ଉପରେ ଏହି ଦିନ ଶୁଣାଣି କରିବ ସୁପ୍ରିମ କୋର୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ବିବିସି ଡକ୍ୟୁମେଣ୍ଟ୍ରୀ ଉପରେ ପ୍ରତିବନ୍ଧକ ଲଗାଇବା ମାମଲା ସୁପ୍ରିମକୋର୍ଟରେ ବର୍ତ୍ତମାନ ପହଞ୍ଚିଛି। ବିବିସି ଡକ୍ୟୁମେଣ୍ଟ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଓକିଲ ମନୋହର ଲାଲ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ କେନ୍ଦ୍ର ସରକାରଙ୍କ ଡକ୍ୟୁମେଣ୍ଟ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୨ ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଆବେଦନକାରୀ ଓକିଲ ଏମ.ଏଲ୍ ଶର୍ମା ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ, କିନ୍ତୁ ଫେବୃଆରୀ ୬ ରେ ଏହି ଶୁଣାଣି ହେବ ବୋଲି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ୨୦୦୨ରେ ଗୁଜୁରାଟରେ ସାମ୍ପ୍ରଦାୟିକ ଦଙ୍ଗା ଉପରେ ବିବାଦୀୟ ଦୁଇ ଭାଗ ବିଶିଷ୍ଟ ବିବିସି ଡକ୍ୟୁମେଣ୍ଟାରୀ ‘India: the modi question’ କୁ ନିଷିଦ୍ଧ କରିବାକୁ କେନ୍ଦ୍ର ସରକାରଙ୍କ ଆଦେଶକୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଜାନୁୟାରୀ ୨୧, ୨୦୨୩ ରେ ଏହି ଡକ୍ୟୁମେଣ୍ଟାରୀ ଉପରେ ଜାରି କରାଯାଇଥିବା ଆଦେଶକୁ ବନ୍ଦ କରିବାକୁ ଆବେଦନକାରୀ ଏକ ନିର୍ଦ୍ଦେଶ ଦାବି କରିଛନ୍ତି।

ଏହି ଆବେଦନରେ କୋର୍ଟଙ୍କୁ ଅନୁରୋଧ କରାଯାଇଛି ଯେ, ସାରା ଦେଶରେ ବିବାଦର ମୂଳ ପାଲଟିଥିବା ଏହି ବିବିସି ଡକ୍ୟୁମେଣ୍ଟାରୀର ଉଭୟ ଅଂଶ ସେମାନଙ୍କ ମଧ୍ୟରେ ଥିବା ସାମଗ୍ରୀର ଅନୁସନ୍ଧାନ ପାଇଁ କୋର୍ଟକୁ ପଠାଯିବା ଉଚିତ। ଏହା ପରେ, ୨୦୦୨ ଗୁଜୁରାଟ ଦଙ୍ଗା ପାଇଁ ଯେଉଁମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଦାୟୀ ସେମାନଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ଉଚିତ୍।

Get real time updates directly on you device, subscribe now.