fbpx

କେଉଁ ଦିନ ଜନ୍ମ ହୋଇଛନ୍ତି ଆପଣ ? ଦିନ ହିସାବରେ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ

ନିଜ ରାଶି, ରାଶିଫଳ ଓ ଜନ୍ମ ତିଥି ଅନୁସାରେ ଲୋକଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଆପଣ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି, ପ୍ରତ୍ୟେକ ଦିନରେ ମଧ୍ୟ ଅଲଗା ଅଲଗା ଶକ୍ତି ରହିଛି । ଏହା ସେହି ଦିନ ଜନ୍ମ ହୋଇଥିବା ଛୁଆର ବ୍ୟକ୍ତିତ୍ୱ ଓ ଗୁଣରେ ଦେଖିବାକୁ ମିଳିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ସପ୍ତାହରେ ଆପଣ ଜନ୍ମ ହୋଇଥିଲେ, ସେହି ଦିନ ଅନୁଯାୟୀ ଆପଣ ନିଜ ବିଷୟରେ ବହୁତ କିଛି ଜାଣିପାରିବେ । ସେହି ଦିନ ଜନ୍ମ ହୋଇଥିବା ଲୋକଙ୍କ ଗୁଣ କ’ଣ ଆସନ୍ତୁ ଜାଣିବା…

ସୋମବାର:-
ସୋମବାର ହେଉଛି ଚନ୍ଦ୍ରର ଦିନ, ତେଣୁ ଏହି ଦିନ ଜନ୍ମ ହୋଇଥିବା ଲୋକମାନଙ୍କର ମନ ଚଞ୍ଚଳ ହୋଇଥାଏ । ସେମାନେ କୌଣସି ଗୋଟିଏ ଜିନିଷ ଉପରେ ଅଧିକ ସମୟ ରହିପାରନ୍ତି ନାହିଁ । ଏପରି ଲୋକ ଖୁସିରେ ରୁହନ୍ତି ଓ ଯୁଆଡେଁ ବି ଯାଆନ୍ତି, ଖୁସି ବାଣ୍ଟନ୍ତି । ଏଥିପାଇଁ ଏମାନଙ୍କୁ ବହୁତ ପସନ୍ଦ କରାଯାଏ । ଏମାନଙ୍କୁ କାଶ ସହ ଜଡ଼ିତ ସମସ୍ୟା ରହିଥାଏ ।

ମଙ୍ଗଳବାର:
ଏହି ଦିନ ଜନ୍ମ ହୋଇଥିବା ଲୋକମାନଙ୍କ ଉପରେ ହନୁମାନଙ୍କ କୃପା ରହିଥାଏ । ଏପରି ଲୋକଙ୍କ ହୃଦୟ ମଧ୍ୟ ହନୁମାନଙ୍କ ପରି ଉଦାର ହୋଇଥାଏ ଏବଂ ସେମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରୁହନ୍ତି । ଯଦିଓ ସେମାନେ ଅଧିକ ରାଗିଯାଆନ୍ତି, କିନ୍ତୁ ଏହି ଲୋକମାନଙ୍କ ସ୍ୱଭାବ ଅତି ସରଳ । ସେମାନେ କାହାକୁ ଘୃଣା କରନ୍ତି ନାହିଁ ।

ବୁଧବାର:
ବୁଧବାର ଗଣେଶ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ବୁଦ୍ଧିମାନ ଏବଂ କଥାବାର୍ତ୍ତାରେ ପାରଙ୍ଗମ ହୋଇଥାନ୍ତି । ଏହି ଲୋକମାନେ ନିଜ ପରିବାର ପ୍ରତି ଅତ୍ୟନ୍ତ ଉତ୍ସର୍ଗୀକୃତ ହୋଇଥାନ୍ତି ଏବଂ ସେମାନଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତ ରୁହନ୍ତି । ସେମାନଙ୍କୁ ବହୁତ ଭାଗ୍ୟବାନ ବିବେଚନା କରାଯାଏ, ତେଣୁ ସେମାନେ ସହଜରେ କୌଣସି ଅସୁବିଧାରୁ ମୁକ୍ତି ପାଆନ୍ତି ।

ଗୁରୁବାର:
ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ଲୋକମାନେ ତାଙ୍କୁ ଭେଟିବା ପରେ ପ୍ରଭାବିତ ନ ହୋଇ ରହିପାରିବେ ନାହିଁ । କଥାବାର୍ତ୍ତା କଳାରେ ବହୁତ ପାରଦର୍ଶୀ । ଏମାନେ ଦେଖିବାରେ ଅତ୍ୟନ୍ତ ଆବର୍ଷଣୀୟ ହୋଇଥାନ୍ତି । ସେହି କାରଣରୁ ସେମାନେ ଶୀଘ୍ର ଧନୀ ହୁଅନ୍ତି ।

ଶୁକ୍ରବାର:
ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକମାନେ ଅତ୍ୟନ୍ତ ସରଳ ହୋଇଥାନ୍ତି । ସେମାନେ ସମସ୍ତ ପ୍ରକାରର ବିତର୍କରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଅବଶ୍ୟ ବେଳେବେଳେ ସେମାନଙ୍କ ମଧ୍ୟରେ ଈର୍ଷାର ଭାବନା ଆସିଥାଏ । ଯେହେତୁ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ଦିନ, ସେମାନେ ମା’ଙ୍କ ବିଶେଷ ଆଶୀର୍ବାଦ ପାଆନ୍ତି । ଏହି କାରଣ ଯୋଗୁଁ ଏହି ଲୋକମାନଙ୍କୁ ପ୍ରତ୍ୟେକ ସୁଖ-ସୁବିଧା ପ୍ରାପ୍ତ ହୋଇଥାଏ ।

ଶନିବାର:
ଶନିବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କୁ ଶନି ଦେବଙ୍କ କୃପା ମିଳିଥାଏ । ଏହି ଲୋକମାନେ କଥା କଥାରେ ଚିଡି ଯାଆନ୍ତି, କିନ୍ତୁ ସେମାନଙ୍କଠାରେ ଅଦ୍ଭୁତ ଶକ୍ତି ରହିଛି । ଏହି ଲୋକମାନେ ଯେଉଁ କାମରେ ଲାଗନ୍ତି, ତାକୁ ଶେଷ କରିବା ପରେ ହିଁ ନିଶ୍ୱାସ ନିଅନ୍ତି । ସେମାନଙ୍କର ଜୀବନ ଏକ ସଂଘର୍ଷ, କିନ୍ତୁ ସେମାନେ ନିଜ ପରିଶ୍ରମ ସହିତ ନିଜ ଭାଗ୍ୟକୁ ବଦଳାଇ ଦିଅନ୍ତି ଓ ଯାହା ଚାହାଁନ୍ତି, ତାହା ପାଆନ୍ତି ।

ରବିବାର:
ରବିବାର ହେଉଛି ସୂର୍ଯ୍ୟଙ୍କ ଦିନ । ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ମଧ୍ୟ ସୂର୍ଯ୍ୟ ଭଗବାନଙ୍କ କୃପା ଲାଗ କରନ୍ତି । ଏହିପରି ଲୋକମାନେ ବହୁତ ସଫଳତା ପାଆନ୍ତି । ସେମାନଙ୍କ କ୍ୟାରିଅର୍ ମଧ୍ୟ ବହୁତ ଭଲ ରହିଥାଏ । ସେମାନେ କଥାବାର୍ତ୍ତା ଭାବି ଚିନ୍ତି କରନ୍ତି । କାହାକୁ କିପରି ବ୍ୟବହାର କରାଯିବା ଦରକାର, ତାହା ସେ ଭଲ ଭାବରେ ଜାଣନ୍ତି ।

Get real time updates directly on you device, subscribe now.